ଗତକାଲି ଅଭିନେତ୍ରୀ ସୋନାଲ ଚୌହାନ ଆମେରିକା-ଇରାନ୍ ବିବାଦ ମଧ୍ୟରେ ତାଙ୍କୁ ଦୁବାଇରୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ । ସେ ଏବେ ଆଉ ଏକ ପୋଷ୍ଟ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ଯେଉଁଥିରେ ସେ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି । ଏଥିସହିତ ସେ ଦୁବାଇର ପରିସ୍ଥିତି ସମ୍ପର୍କରେ ମଧ୍ୟ ସେୟାର କରିଛନ୍ତି । ତେଣୁ ଭୟଭୀତ ନହେବାକୁ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି । ଦୁବାଇକୁ ବିଶ୍ବର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କହିଛନ୍ତି ଅଭିନେତ୍ରୀ ।
ଏହା ବ୍ୟତୀତ ସୋନାଲ ଚୌହାନ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ପୋଷ୍ଟରେ ଲେଖିଛନ୍ତି ଯେ, ‘ମତେ ମେସେଜ କରି ମୋ ଅବସ୍ଥା ସମ୍ପର୍କରେ ପଚାରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ । ପ୍ରତିକ୍ରିୟା ନ ଦେଇପାରିଥିବାରୁ ମୁଁ ଦୁଃଖିତ । ମୁଁ ବର୍ତ୍ତମାନ ସୁରକ୍ଷିତ ଅଛି ଏବଂ ସମସ୍ତ ସୁରକ୍ଷା ପାଇଁ ମଧ୍ୟ ପ୍ରତିରକ୍ଷା କର୍ମଚାରୀ ନିୟୋଜିତ ଅଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୟଭୀତ ନହେବାକୁ ମଧ୍ୟ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି । ସମସ୍ତଙ୍କ ସୁରକ୍ଷା ପାଇଁ ମୁଁ ପ୍ରାର୍ଥନା କରୁଛି ।’’
ଯଦି ତାଙ୍କ କ୍ୟାରିଅର କଥା କୁହାଯାଏ ତେବେ ସେ ଇମରାନ ହାସମୀଙ୍କ ଫିଲ୍ମ ଜନ୍ନତରେ ଅଭିନୟ କରିଥିଲେ । ସେ ସାଉଥ୍ ଇଣ୍ଡିଆ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।
