ଟି୨୦ ବିଶ୍ୱକପ୍ ୨୦୨୬ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଦା ହୋଇଛି ପାକିସ୍ତାନ । ଲିଗ୍ ମୁକାବିଲାରେ ଦଳ ଭାରତଠୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିଲା । ପରେ ସୁପର ୮ରୁ ବିଦା ହୋଇଛି ଟିମ୍ । ଯାହାକୁ ନେଇ ପ୍ରଶଂସକ ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଉପରେ ଖପ୍ପା ରହିଛନ୍ତି । ଆଉ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିଙ୍କ ଉପରେ ଜରିମାନା ଲଗାଇଛି ।
ଖବର ମୁତାବକ, ଏଥର ପାକିସ୍ତାନ ପାଇଁ ଟି୨୦ ବିଶ୍ୱକପରେ ଦଳ ଦୁର୍ବଳ ପ୍ରଦର୍ଶନ କରିଛି । ଭାରତଠୁ ହାରିବା ପରେ ଆତ୍ମ ବିଶ୍ୱାସ କମିଯାଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅନେକ ନଟଙ୍କୀ କରିଥିଲା ପାକିସ୍ତାନ । ଖେଳିବନି ବୋଲି ଧମକ ଦେଉଥିଲା । ପରେ ଭାରତ ସହ ଖେଳିବାକୁ ରାଜି ହୋଇଥିଲା । ଏସବୁ ନାଟକ ସତ୍ତ୍ୱେ ଭାରତ ବିରୋଧରେ ସବୁଥର ଭଳି ହାରିଥିଲା ପାକ୍ । ସୁପର ୮ରେ ମଧ୍ୟ ଦଳର ଫ୍ଲପ୍ ଶୋ ଜାରି ରହିଥିଲା । ଖେଳାଳି ନିଜର ବିଶ୍ୱକପ୍ ଯାତ୍ରା ଅଧାରୁ ଅଟକି ସ୍ୱଦେଶ ଫେରିଛନ୍ତି।
ଦଳର ଏପରି ପ୍ରଦର୍ଶନକୁ ନେଇ ରାଗିଯାଇଛି ବୋର୍ଡ୍ । ପିସିବି ସମସ୍ତ ଖେଳାଳିଙ୍କ ଉପରେ ଫାଇନ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । ଟି୨୦ ବିଶ୍ୱକପ୍ ସୁପର-୮ରୁ ବିଦା ହେବା ସହ ଭାରତଠୁ ହାରିଥିବା କାରଣରୁ ଏହି ଫାଇନ୍ ଦେବେ ଖେଳାଳି । ମିଡିଆ ରିପୋର୍ଟ ଅନୁସାରେ, ଟି୨୦ବିଶ୍ୱକପ୍ ଖେଳିଥିବା ସମସ୍ତ ଖେଳାଳି ୫୦ଲକ୍ଷ ଟଙ୍କାର ପାକିସ୍ତାନୀ ଅର୍ଥ ଫାଇନ୍ ଦେବେ । ଏହି ଅର୍ଥ ଖେଳାଳିଙ୍କ ଦରମାରୁ କଟିଯିବ । ଅର୍ଥାତ ପିସିବି ନିଜେ ଏହି ଫାଇନ ଅର୍ଥ ଅସୁଲ କରିବ ।
