କନ୍ଧମାଳ: କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଂଚଳରେ ଚାଞ୍ଚଲ୍ୟ । ୧୪ ବର୍ଷର ନାବାଳିକାଙ୍କ ସହ ବର୍ବରତା । ନାବାଳିକାଙ୍କୁ ଅପହରଣ ପରେ ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ଦୁଇ ଜଣ ଯୁବକ । ନାବାଳିକା ପ୍ରତିବାଦ କରିବାରୁ ତାଙ୍କ ପୋଷାକ ଚିରି ଦେଇ ଭିଡ଼ିଓ ଉତ୍ତଳୋନ କରି ଭାଇରଲ କରିବାକୁ ଧମକ ଦେଇଥିଲେ । ପୁଣି ପ୍ରବଳ ମାଡ଼ ମାରି ପାଟିକୁ କପଡାରେ ବାନ୍ଧି ଜଙ୍ଗଲ ମଧ୍ୟରେ ଛାଡି ଦେଇ ଚାଲିଆସିଥିଲେ ।
ଜଙ୍ଗଲ ମଧ୍ୟରେ ହାତଗୋଡ଼ ବନ୍ଧା ଅବସ୍ଥାରେ ରାତି କାଟି ବହୁ କଷ୍ଟରେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣେଇଛନ୍ତି ନାବାଳିକା । ନାବାଳିକା ଜଣଙ୍କ ନାଳକୁ ଏକୁଟିଆ ଗାଧେଇବା ପାଇଁ ଯାଇଥିବା ବେଳେ ଏହି କାଣ୍ଡ କରିଥିଲେ ସେହି ଗାଁର ଦୁଇଜଣ ଅଭିଯୁକ୍ତ । ତେବେ ପରିବାର ଲୋକ ବେଲଘର ଥାନାରେ ଲିଖିତ ଅଭିଯୋଗ ପରେ ବେଲଘର ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଘଟଣାରେ ଜଣେ ଯୁବକକୁ ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ଫେରାର ରହିଛି
