ଯାଜପୁର : ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂଜାର୍ଚ୍ଚନା ପରେ ନାଭିଗୟାରେ ପିଣ୍ଡଦାନ କରିବେ ଦ୍ରୌପଦୀ ମୁର୍ମୁ । ମାଆଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ୧୬ଜଣ ବ୍ରାହ୍ମଣଙ୍କ ବ୍ୟତୀତ ୩୨ଜଣ ସେବାୟତ ମନ୍ଦିରରେ ଉପସ୍ଥିତ ଅଛନ୍ତି । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଯାଜପୁର ଗସ୍ତରେ ଆସିଛନ୍ତି । ଫୁଲ ଓ ଆଲୋକମାଳାରେ ଝଲସୁଛି ସହର । ସୁରକ୍ଷା ବଳୟରେ ରହିଛି ସଂପୂର୍ଣ୍ଣ ସହର । ମୁତୟନ ହୋଇଛନ୍ତି ୨୦ ପ୍ଲାଟୁନ୍ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଯାଜପୁର ପୌରାଞ୍ଚଳର ସବୁ ସ୍କୁଲ ଛୁଟି ରଖାଯାଇଛି ।
