ଢେଙ୍କାନାଳ: ଜମୁଛି ବିଶ୍ବପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଚଳଚଞ୍ଚଳ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାର ମହିମା ଗାଦି । ଲାଗିଛି ହଜାର ହଜାର ସାଧୁସନ୍ଥ, ମହାମା ଧର୍ମାବଲମ୍ବୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଦ୍ୱିତୀୟ ଦିନରେ ବିଶ୍ଵର ମଙ୍ଗଳ ପାଇଁ ଝାଡ଼ ଦ୍ୱୀପ ପ୍ରଜ୍ବଳନ ହୋଇଛି । ଏହା ସହିତ ଅଖଣ୍ଡ ଧୋନି ଲାଗିଛି । ମାଘ ମେଳା ଦେଖିବା ପାଇଁ ଓଡିଶାର ବିଭିନ୍ନ ସ୍ଥାନରୁ ମହିମା ଧର୍ମାବଲମ୍ବୀଙ୍କ ସହ ଦେଶ , ବିଦେଶରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
