ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଭୂମିକମ୍ପ ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ୪.୬ ରେକ୍ଟର ବୋଲି ଜଣାପଡିଛି । ଏହାର କେନ୍ଦ୍ରସ୍ଥଳ ଉତ୍ତର କଶ୍ମୀରର ବାରାମୁଲାର ୧୦ କିଲୋମିଟର ଗଭୀରରେ ବୋଲି ଜଣାପଡିଛି । ଭୂକମ୍ପ ଜଟକା ସକାଳ ୫.୩୫ରେ ଅନୁଭୂତ ହୋଇଛି । ଭୂକମ୍ପ ଦ୍ବାରା ଭାରତ ଓ ପାକିସ୍ତାନର କିଛି ଅଞ୍ଚଳ ପ୍ରଭାବିତ ହୋଇଛି ।
ଖବର ମୁତାବକ, ଲୋକମାନେ ଘରେ ଶୋଇଥିବା ବେଳେ ହଠାତ୍ ଭୂମିକମ୍ପ ଝଟକା ଅନୁଭୂତ କରିଥିଲେ । ଭୂକମ୍ପ ଝଟକା ପରେ ସଂଗେ ସଂଗେ ବାହାରକୁ ଦୌଡ଼ି ଆସି ପଳାଇ ଆସିଥିଲେ । ଭୂମିକମ୍ପ ଯୋଗୁଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର କୌଣସି ରିପୋର୍ଟ ମିଳିନାହିଁ ।
ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହେବାରେ ଲାଗିଛି । ଯାହା ଫଳରେ ଭୂକମ୍ପ ନେଇ ଭୟ ବଢିବାରେ ଲାଗିଛି । ସକାଳୁ କଶ୍ମୀର ଘାଟିରେ ଭୂମିକମ୍ପ ଝଟକା ଅନୁଭବ ହେବା ମାତ୍ରେ ବାରାମୁଲାର ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ତଥାପି, ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ନାହିଁ । ଜମ୍ମୁ କଶ୍ମୀରରେ ଏବେ ପ୍ରବଳ ଥଣ୍ଡା ପଡୁଛି । ଥଣ୍ଡା ସାଙ୍ଗକୁ ଭୂକମ୍ପ ଝଟକା ଲୋକଙ୍କ ମନରେ ଭୟ ଆଣିଛି ।
