ଯାଜପୁର: ଆସନ୍ତାକାଲି ଯାଜପୁର ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ । ଯାଜପୁରରେ ପହଂଚିବା ପରେ ରାଷ୍ଟ୍ରପତି ମା ବିରଜାଙ୍କ ଦର୍ଶନ କରିବା ସହ ପିଣ୍ଡଦାନ କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଆଗମନ ପୂର୍ବରୁ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ସୀମିତ ମାତ୍ରାରେ ସେବାୟତ ପ୍ରବେଶକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସେବାୟତମାନେ ବିରୋଧ କରିଛନ୍ତି । ପ୍ରଶାସନିକ ନିଷ୍ପତ୍ତି ମୁତାବକ ସୀମିତ ସେବାୟତ ପୂଜାକାର୍ଯ୍ୟରେ ନିୟୋଜିତ ହେବେ ମାତ୍ର ଅନ୍ୟ ସେବାୟତ ମାନେ ମନ୍ଦିର ପରିସରରେ ରହିବାକୁ ଦାବି କରିଛନ୍ତି ସେବାୟତ । ଏଭଳି ନିଷ୍ପତ୍ତି ନେଲେ ପ୍ରତିବାଦରେ ପୂଜା କାର୍ଯ୍ୟରୁ ବିରତ ରହିବାକୁ ସମୂହ ନିଷ୍ପତ୍ତି ନେଇଛନ୍ତି ସେବାୟତ
