ଭୁବନେଶ୍ୱର : ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟକା । ମଞ୍ଚ ଚଢ଼ି ପାରିବେନି ପୀୟୂଷ । ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ କୋର୍ଟ ଲଗାଇଛନ୍ତି ରୋକ । ଅପେରା ସୂର୍ଯ୍ୟମନ୍ଦିରରେ ଥିବା ବେଳେ ସିଂହବାହିନୀ ସହ ଯୋଡ଼ି ହେବାକୁ ଇଚ୍ଛା କରିଥିଲେ ପୀୟୂଷ । ଏନେଇ ସୂର୍ଯ୍ୟମନ୍ଦିର ମାଲିକ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପୂର୍ବରୁ ଚୁକ୍ତିଖିଲାପ ନେଇ ବର୍ଷେ ପାଇଁ ତାଙ୍କୁ ମଞ୍ଚରୁ ବାରଣ କରିଥିଲା ଯାତ୍ରା ମାଲିକ ସଂଘ ।
ଏହା ପରେ ଜାନୁଆରୀ ୫ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ । ବର୍ତ୍ତମାନ ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ସୂର୍ଯ୍ୟମନ୍ଦିର ସହ କଣ୍ଟ୍ରାକ୍ଟ ଥିବାରୁ ଏହା ଶେଷ ନହେବା ପୁର୍ବରୁ ଅନ୍ୟ ଯାତ୍ରା ପାର୍ଟିରେ କାମ ଆରମ୍ଭ କରିଥିଲେ । ଏହାକୁ ନେଇ ସୂର୍ଯ୍ୟମନ୍ଦିର ମାଲିକ ସମୀର କୁମାର ତ୍ରିପାଠୀ କୋର୍ଟଙ୍କୁ ଦ୍ବାରସ୍ଥ ହୋଇଥିଲେ ।
ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢିବାକୁ ପୀୟୂଷଙ୍କୁ ବାରଣ କରାଯାଇଛି । ସେପଟେ ସିଂହବାହିନୀ ଅପେରା ମାଲିକ ସଂଜୀବ ପାଢ଼ୀ କହିଛନ୍ତି, ପୀୟୁଷଙ୍କ ନିକଟରେ କୌଣସି କୋର୍ଟ ଅର୍ଡର କପି ପହଞ୍ଚିନାହିଁ । ପହଞ୍ଚିବା ପରେ ଉତ୍ତର ରଖିବୁ । କୋର୍ଟ ଉପରେ କେହି ନୁହନ୍ତି । ପୀୟୂଷ କୌଣସି ଚୁକ୍ତି କରିନାହାନ୍ତି ବୋଲି ସେ କହିଛନ୍ତି ।
