ଚିଲିକା : ଆଇଏନଏସ ଚିଲିକାରେ ୨୦୨୫ର ଦ୍ୱିତୀୟ ବ୍ୟାଚ ପାସିଂ ଆଉଟ୍ ପରେଡ । ଏହି ସମାରୋହରେ ୧୧୩ ଜଣ ମହିଳା ଅଗ୍ନିବୀରଙ୍କ ସହ ଅଛନ୍ତି ୨ ହଜାର ୧୦୩ ଅଗ୍ନିବୀର । ସେହିଭଳି ୨୭୦ ସିନିୟର ସେକେଣ୍ଡାରୀ ରିକ୍ରୁଟ୍ ବା ମେଡିକାଲ ଆସିଷ୍ଟାଣ୍ଟ, ୪୪ କ୍ରୀଡ଼ା କୋଟା ନାବିକ ଏବଂ ଭାରତୀୟ ତଟରକ୍ଷୀ ବାହିନୀର ୨୯୫ ନାଭିକ ପ୍ରମୁଖଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୧୬ ସପ୍ତାହର କଠୋର ତାଲିମର ସଫଳ ସମାପ୍ତ କରିଛନ୍ତି ।
ନବ ନିଯୁକ୍ତ ଅଗ୍ନିବୀରମାନେ ବର୍ତ୍ତମାନ ସେମାନଙ୍କର ବୃତ୍ତିଗତ ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ଜାରି ରଖିବା ପାଇଁ ବିଭିନ୍ନ ନୌସେନା ପ୍ରତିଷ୍ଠାନ ଏବଂ ଆଗଧାଡ଼ିର ଯୁଦ୍ଧ ଜାହାଜକୁ ଯିବେ । ଆଜି ଏହି ସମାରୋହରେ ଅତି ବିଶିଷ୍ଟ ସେବା ମଡେଲ ତଥା ନୌସେନା ମଡେଲ ପ୍ରାପ୍ତ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ଦକ୍ଷିଣ ନୌସେନା କମାଣ୍ଡ ଭାଇସ୍ ଆଡମିରାଲ୍ ସମୀର ସକ୍ସେନା ମୁଖ୍ୟ ଅତିଥି ତଥା ସମୀକ୍ଷାକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପୂର୍ବତନ ସୈନିକ, ଗର୍ବିତ ପରିବାର ସଦସ୍ୟ ଏବଂ ଅନ୍ୟାନ୍ୟ ସମ୍ମାନିତ ଅତିଥିମାନେ ଉପସ୍ଥିତ ଅଛନ୍ତି ।
