ଭୁବନେଶ୍ୱର : ଧରାପଡ଼ିଲା ଧୂର୍ତ୍ତ କ୍ୟାଵ୍ ଡ୍ରାଇଭର । ବିମାନ ଯାତ୍ରୀକୁ ଲୁଟ୍ କରି ହୋଇଥିଲା ଫେରାର। ବିମାନ ଯାତ୍ରୀଙ୍କ ଟଙ୍କା ଓ ଗହଣା ଲୋଭ ଦେଖି ରଚିଥିଲା ଲୁଟ ଚକ୍ରାନ୍ତ । ପେଟ୍ରୋଲ ପକାଇବା ଆଳରେ ଗାଡିରୁ ଯାତ୍ରୀ ଓହ୍ଲାଇ ବ୍ୟାଗ ନେଇ ମାରିଥିଲା ଚମ୍ପଟ । ଚନ୍ଦ୍ରଶେଖପୁର ଥାନାରେ ଅଭିଯୋଗ ହୋଇଥିଲା । ୮ ଘଣ୍ଟା ଭିତରେ ଧୂର୍ତ୍ତ କ୍ୟାବ ଡ୍ରାଇଭରକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନାଗେଶ୍ବର ପରମାଣିକ । ଘର କୁଆଁ ପାଲି ମାହାଙ୍ଗା ଅଞ୍ଚଳର । ଯେକି ଜଣେ ପେଷାଦାର ଅପରାଧୀ । ଗିରଫ ପରେ ବ୍ୟବହୃତ କ୍ୟାବ ଜବତ ସହ ଲୁଟ କରିଥିବା ହୀରା ଓ ବିଦେଶୀ ଟଙ୍କା ସହ ପାସପୋର୍ଟ ଓ ଅନ୍ୟାନ୍ଯ ସାମୀ୍ରି ଜବତ କରିଛି ପୋଲିସ ।
ଗତକାଲି ବ୍ୟାଙ୍କକରୁ ଭାୟା ଗୋଆ ଦେଇ ଭୁବନେଶ୍ୱର ଫେରିଥିଲେ ଅମନ ଅଗ୍ରୱାଲ । ଅନଲାଇନ କ୍ୟାବ ବୁକ୍ କରି ଭୁବନେଶ୍ବର ବିମାନବନ୍ଦରରୁ ଧରିଥିଲେ କ୍ୟାବ । ବାଟରେ ଅମନଙ୍କ ଫୋନ ଯୋଗେ କଥା ହେଉଥିବା ଶୁଣି ଲୁଟ୍ ପାଇଁ ଚକ୍ରାନ୍ତ କରିଥିଲା ଅଭିଯୁକ୍ତ । ଏନେଇ ଚନ୍ଦ୍ରଶେଖର ଦେଇ ଯିବା ବାଟରେ ଅଟକାଇ ଥିଲା ଗାଡ଼ି । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ପାଖରେ ସିଏନଜି ଭରିବା ଆଳ ଦେଖାଇ ଗାଡିରୁ ଯାତ୍ରୀକୁ ଓହ୍ଲାଇ ଦେଇଥିଲା । ପରେ ଦ୍ରୁତ ବେଗରେ ଗାଡିରେ ଥିବା ବ୍ୟାଗ ନେଇ ଚମ୍ପଟ ମାରିଥିଲା । ଯେଉଁ ବ୍ୟାଗ ଭିତରେ ଥିଲା ହୀରା ମୁଦି ସହ ବିଦେଶ ଟଙ୍କା ପାସପୋର୍ଟ ଭରି ଭାରତୀୟଟଙ୍କା । ଏନେଇ ଚନ୍ଦ୍ରଶେଖର ପୁର ଥାନାରେ ଅଭିଯୋଗକାରୀଙ୍କ ଅଭିଯୋଗ ପରେ ଆଠ ଘଣ୍ଟା ମଧ୍ୟରେ ଧୃତ କ୍ୟାବ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ ।
