ସରକାରୀ ଚାକିରି ଅପେକ୍ଷାରେ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରଣାଳୟ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି । ମନ୍ତ୍ରଣାଳୟ ଅନେକ ଚୁକ୍ତିଭିତ୍ତିକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଏହି ନିଯୁକ୍ତି ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଅଧୀନରେ କରାଯାଉଛି । ଏଥିରେ ଇନଫାଷ୍ଟ୍ରକ୍ଚର,ବଜେଟ୍,ଆର୍ଥିକ ବଜାର ଏବଂ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସମ୍ବନ୍ଧ ଭଳି ପ୍ରମୁଖ କ୍ଷେତ୍ରରେ ମୋଟ୍ ୫୭ ଟି ପଦବୀ ପୂରଣ କରାଯିବ । ଏହି ନିଯୁକ୍ତିର ଉଦ୍ଦେଶ୍ୟ ହେଉଛି ନୀତି ନିର୍ଦ୍ଧାରଣ ଏବଂ ବିଭିନ୍ନ ପ୍ରକଳ୍ପ-ସମ୍ବନ୍ଧୀୟ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ।
