ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା । ଦିଲ୍ଲୀରେ ଗ୍ରାପ-୪ ଲାଗୁ ହେବା ପରେ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ବିପଦପୂର୍ଣ୍ଣ ରହିଛି । ଡିସେମ୍ବର ଶେଷ ସପ୍ତାହରେ ଥଣ୍ଡା ସହିତ ବିଷାକ୍ତ ବାୟୁ ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀରେ ଅଧିକାଂଶ ସ୍ଥାନରୁ ବାୟୁର ଗୁଣବତ୍ତା ୪୦୦ ପରେ ରହିଛି ।
ସିପିସିବି ଅନୁସାରେ, ଦିଲ୍ଲୀର ଆନନ୍ଦ ବିହାରରେ ୪୬୩ ଏକ୍ୟୁଆଇ, ଅଶୋକ ବିବାହରେ ୪୪୩, ଜାହାଙ୍ଗୀରପୁରରେ ୪୪୫, ମୁଣ୍ଡକାରେ ୪୪୭, ନେହରୁ ନଗରରେ ୪୪୯, ଓଖଲା ଫେଜ-୨ରେ ୪୪୯, ବିବେକ ବିହାରରେ ୪୪୪, ବଜିରପୁର ୪୪୦ ରହିଛି ।
ସେହିପରି ଇନ୍ଦିରା ଗାନ୍ଧି ଏୟାରପୋର୍ଟରେ ୩୭୮, ଆଇଟିଆଇ ଦିଲ୍ଲୀରେ ୩୮୫, ସିଆରଆରଆଇ ମଥୁରା ରୋଡରେ ୩୮୮ ଭଳି ଏକ୍ୟୁଆଇ ରେକର୍ଡ କରାଯାଇଛି । ପ୍ରଦୂଷଣ ବଢୁଥିବା ଦେଖି ଗ୍ରାପ-୪ ଲାଗୁ ହୋଇଥିଲା । ଏହା ଅଧିନରେ ନିର୍ମାଣ କାର୍ଯ୍ୟରେ ରୋକ, ଗାଡ଼ି ଉପରେ ପ୍ରତିବନ୍ଧକ, ୱାକର୍ ଫ୍ରମ ହୋମ, ସ୍କୁଲରେ ଅନଲାଇନ କ୍ଲାସ ଇତ୍ୟାଦି କରାଯାଇଥିଲା । କିନ୍ତୁ ଏସବୁ ପଦକ୍ଷେପ ପରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣବତ୍ତାରେ କୌଣସି ସୁଧାର ଆସୁନାହିଁ ।
