ମାଲକାନଗିରି : ଅସ୍ତ୍ର ଛାଡି ଗୋଲାପ ଧରିଲେ 22 ହାର୍ଡକୋର ମାଓବାଦୀ । ଡ଼ିଜିପି ୱାଇ ବି ଖୁରାନିଆଙ୍କ ନିକଟରେ 22 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ ମାଓବାଦୀଙ୍କ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ । ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଆକର୍ଷିତ କରୁଛି ଛତିଶଗଡ଼ ମାଓବାଦୀଙ୍କୁ । ତେଣୁ ଓଡିଶା ସରକାରଙ୍କର ଆତ୍ମନିର୍ଭରଶୀଳ ନୀତି ଏବଂ ପୂନର୍ବାସ ନୀତିରେ ପ୍ରଭାବିତ ହୋଇ ଆଜି ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ପୁଲିସ ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।
ଦେଶରେ ଶେଷ ନିଶ୍ୱାସ ନେଉଛନ୍ତି ମାଓ ସଂଗଠନ । ଆତ୍ମସମର୍ପଣ ନକଲେ ଏନକାଣ୍ଟର ସୁନିଶ୍ଚିତ । ଯାହାକୁ ବେଶ ଭଲ ଭାବେ ବୁଝି ସାରିଛନ୍ତି ମାଓବାଦୀ । ଗତ କିଛି ମାସ ଭିତରେ ଛତିଶଗଡରେ ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ହେଲେ ଟପ୍ ମାଓନେତା ହିଡମାଙ୍କ ଏନକାଣ୍ଟର ପରେ ଛତିଶଗଡରେ ଆତ୍ମସମର୍ପଣ କରିବା ଲାଗି ଭୟ କରୁଛନ୍ତି ମାଓବାଦୀ । ଯେଉଁଥି ପାଇଁ ଆଜି ଛତିଶଗଡର 22 ଜଣ ମାଓବାଦୀ ମାଲକାନଗିରି ପୋଲିସ ଉପରେ ଭରସା କରି ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ ହେବା ଲାଗି ଆଗେଇ ଆସିଛନ୍ତି ।
ମାଲକାନଗିରି ପୋଲିସ ପଡିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ ବି ଖୁରାନିଆ, ଏଡିଜି ସଞ୍ଜୀବ ପଣ୍ଡା, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଏସପି ବିନୋଦ ପାଟିଲଙ୍କ ଉପସ୍ଥିତରେ ଏହି 22 ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇଜଣ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ହୋଇଥିବା ବେଳେ ୨୦ ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଡିଜିପି ୱାଇ ବି ଖୁରାନିଆ ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ଉତ୍ତରୀୟ ଓ ଗୋଲାପ ଫୂଲ ଦେଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ୍ କରିଛନ୍ତି ।
