ଭୁବନେଶ୍ବର: ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ପିସିସି ସଭାପତି ଭକ୍ତ ଦାସ ଦେଇଥିବା ବୟାନକୁ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ହାରିବା କାରଣ କହି ଦୁର୍ବଳତା ଲୁଚାଇବାକୁ ଚେଷ୍ଟା ଚାଲେ। ପିସିସି ସଭାପତି ଭକ୍ତ ଦାସ ନିଜ ପରାଜୟ ସ୍ବୀକାର କଲେ ଭଲ ହୁଅନ୍ତା।ସୂଚନାଯୋଗ୍ୟ, କଂଗ୍ରେସ ପିସିସି ସଭାପତି ଭକ୍ତ ଦାସ ନୂଆପଡ଼ାରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କହିଛନ୍ତି, ସବୁ ଦଳରେ ବିଭୀଷଣ ଅଛନ୍ତି। ଆଉ ଆମ ଦଳ କଂଗ୍ରେସରେ ବି ବିଭୀଷଣ ଅଛନ୍ତି। ଯେଉଁମାନଙ୍କ ପାଇଁ ଦଳକୁ ଆଶାନୁରୂପ ସଫଳତା ମିଳିଲାନି। ଏହି କାରଣରୁ ବିଭୀଷଣମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଭକ୍ତ ଦାସ ଆହୁରି କହିଛନ୍ତି, କଂଗ୍ରେସ ଦ୍ବିତୀୟ ସ୍ଥାନରେ ଅଛି, ତଥାପି ଆତ୍ମ ସମୀକ୍ଷା କରିବୁ।
