ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୁଲିସ ଆଉ ଏକ ଏଫଆଇଆର ରୁଜୁ କରିଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଷଡ଼ଯନ୍ତ୍ରର ମାମଲା ରୁଜୁ କରିଛି। ଆତଙ୍କବାଦୀ ଷଡ଼ଯନ୍ତ୍ର ରଚିବା ନେଇ ଦେଶର ବିଭିନ୍ନ ସହରରେ ମାମଲା ରୁଜୁ ହୋଇଛି। ଏନଆଇଏ ବିସ୍ଫୋରଣର ତଦନ୍ତ କରୁଛି। କିନ୍ତୁ ଏହି ସମୟରେ, ଜମ୍ମୁ-କଶ୍ମୀରର ନୌଗାମ୍ ପୁଲିସ ଷ୍ଟେସନରେ ବିସ୍ଫୋରଣ ସୁରକ୍ଷା ଏଜେନ୍ସି ଚିନ୍ତିତ କରିଦେଇଛି।ଦେଶର ତଦନ୍ତକାରୀ ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ, ଏହି ମଡ୍ୟୁଲର ସଦସ୍ୟମାନେ ଦେଶର ଅନେକ ରାଜ୍ୟ ଏବଂ ସହରରେ ସକ୍ରିୟ ହୋଇ ଥାଇପାରନ୍ତି। ଏହି ସମୟରେ, ହରିୟାଣାର ଫରିଦାବାଦ ଜିଲ୍ଲାର ଅଲ୍ ଫଲାହ ବିଶ୍ୱବିଦ୍ୟାଳୟରେ ମଧ୍ୟ ତଦନ୍ତ ଜୋରଦାର ହୋଇଛି। ଏହି ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତର ଆତଙ୍କୀ ମଡ୍ୟୁଲର ସଦସ୍ୟ ଥିଲେ। ସେହିପରି ବିଶ୍ୱବିଦ୍ୟାଳୟରେ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର କରାଯାଇଥିଲା। ଆକ୍ରମଣରେ ପ୍ରାଣ ହରାଇଥିବା ଡାକ୍ତର ଉମର ଏବଂ ଗିରଫ ଡାକ୍ତର ମଧ୍ୟ ସେହି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ବୋଲି ଜଣାପଡିଛି।
