ଶ୍ରୀନଗର: ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ଏକ ବିବୃତି ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା ଥିଲା ଏବଂ ଅନ୍ୟ କିଛି ନୁହେଁ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଏଥିରେ କାହାର ଦୋଷ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି।
ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା । ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା। ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ମଧ୍ୟ ଜଳିଯାଇଛି।
