ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୬ବର୍ଷ ପରେ ସାକ୍ଷାତ କରିଛନ୍ତି।ଦୁହେଁ ଶେଷ ଥର ପାଇଁ ୨୦୧୯ରେ ସାକ୍ଷାତ କରିଥିଲେ। ଶୁଳ୍କ ଲାଗୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଥିବା ବେଳେ ଏବେ ଟ୍ରମ୍ପ ଏବଂ ଜିନପିଙ୍ଗଙ୍କ ସାକ୍ଷାତ ସବୁ ବିବାଦର ଅନ୍ତ ଘଟାଇବ ବୋଲି ଚର୍ଚ୍ଚା ହେଉଛି। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରିଛନ୍ତି। ଏହି ସମୟରେ ଟ୍ରମ୍ପ, ଜିନ୍ପିଙ୍ଗଙ୍କୁ ଜଣେ ମହାନ ନେତା ବୋଲି କହିଛନ୍ତି।
ବୈଠକ ପରେ ଟ୍ରମ୍ପ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଆମେ ପୂର୍ବରୁ ଅନେକ ବିଷୟରେ ସହମତ ହୋଇଛୁ ଏବଂ ଆଗକୁ ଆହୁରି ଅନେକ ବିଷୟରେ ସହମତିରେ ପହଞ୍ଚିବୁ। ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ମହାନ ଦେଶର ଜଣେ ମହାନ ନେତା, ଏବଂ ମୁଁ ବିଶ୍ୱାସ କରୁଛି ଆମ ମଧ୍ୟରେ ଏକ ଦୀର୍ଘକାଳୀନ ଭଲ ସମ୍ପର୍କ ରହିବ। ତାଙ୍କ ସହିତ ସାକ୍ଷାତ କରିବା ଏକ ସମ୍ମାନର କଥା।”
