ବସ୍ତା: ବସ୍ତା ଥାନା ୧୬ ନମ୍ବର ଜାତୀୟ ରାଜପଥ ଯୁଣବଳଦା ଠାରେ ଏକ ଯାତ୍ରୀବାହୀ ବସ୍ ପଛପଟୁ ଦ୍ରୁତ ଗତିରେ ଆସି ଧକ୍କାଦେଇଥିଲା ଏକ ଆନ୍ଧ୍ରା ଟ୍ରକ୍। ଫଳରେ ଘଟଣା ସ୍ଥଳରେ ଯାତ୍ରୀବାହୀ ବସ୍ର ପଛପଟରେ ବସିଥିବା ତିନିଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ଗୁରୁବାର ସକାଳେ ସମୟରେ ବାଲେଶ୍ଵରରୁ ଜଳେଶ୍ବର ଅଭିମୁଖେ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହେଶାନ ନାମକ ଏକ ଘରୋଇ ବସ୍ ପଛପଟୁ ସମାନ ଦିଗରୁ ଆସୁଥିବା ଏପି୧୬ଟିଇ ୭୩୬୯ ମାଲ ବୋଝେଇ ଟ୍ରକ୍ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା।ଫଳରେ ବସ୍ରେ ଥିବା ତିନିଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଜାତୀୟ ରାଜପଥ ପ୍ରହରା ପୁଲିସ ସହିତ ବସ୍ତା ଥାନାକୁ ଖବର ଦେଇଥିଲେ। ପୁଲିସ ଓ ଜାତୀୟ ରାଜପଥ ପ୍ରହରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
