ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ସଦରମହକୁମା ଛତ୍ରପୁର ବ୍ଲକରେ ପ୍ରଥମ କରି ବାଘ ଦେଖାଯିବା ଘଟଣା ସାଧାରଣ ଲୋକଙ୍କ ପାଇଁ ଏବେ ଚିନ୍ତା ଓ ଭୟର ବାତାବରଣ ସୃଷ୍ଟି ହୋଇଛି। ଛତ୍ରପୁର ବ୍ଲକ କିମ୍ବା ଆଖପାଖ ଅଞ୍ଚଳରେ କୌଣସି ଜଙ୍ଗଲ ନଥିବା ବେଳେ ବାଘ କେମିତି ଅଞ୍ଚଳରେ ପହଞ୍ଚିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି। ସତରେ କ’ଣ ଏବେ ବାଘ ଜଙ୍ଗଲ ଛାଡି ଗ୍ରାମାଞ୍ଚଳ ମୁହାଁ ହୋଇଛି।
ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମର ଚାଷ ଜମିରେ ବାଘ ବୁଲୁଥିବା ନେଇ ଅଭିଯୋଗ ହୋଇଛି। ଗୁରୁବାର ସକାଳୁ ଗ୍ରାମର କିଛି ଲୋକ ମନ୍ଦିରରୁ ଫେରିବା ସମୟରେ ଚାଷ ଜମିରେ ବାଘ ବୁଲୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ଛତ୍ରପୁର ବନ ବିଭାଗକୁ ଖବର ଦେଇଥିଲେ।
