ବିଫଳ ହେଲା ଟ୍ରମ୍ପଙ୍କ ଗାଜା ଶାନ୍ତି ଚୁକ୍ତି। ଶାନ୍ତି ଚୁକ୍ତିକୁ ଭୁଲି ଆକ୍ରମଣ କଲା ଇସ୍ରାଏଲ। ଏୟାରଷ୍ଟ୍ରାଇକ୍ରେ ଚାଲିଗଲା ୩୦ଜଣଙ୍କ ଜୀବନ। କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଇସ୍ରାଏଲ ଓ ଗାଜା ମଧ୍ୟରେ ଶାନ୍ତି ଚୁକ୍ତି ହୋଇଥିଲା। ଉଭୟ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ହେଲେ ଏବେ ତାହା ବିଫଳ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଉପରେ ବିସ୍ଫୋରକ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ହମାସର ବାରମ୍ବାର ଆକ୍ରମଣ ଯୋଗୁଁ ସେ ଏହି ପଦକ୍ଷେପ ନେଇଥିବା ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ ଅନେକ ପ୍ରମୁଖ ବିଶ୍ୱ ନେତାଙ୍କ ସମ୍ମୁଖରେ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିଥିଲେ, କିନ୍ତୁ ବର୍ତ୍ତମାନ ଚୁକ୍ତିନାମା ଭଙ୍ଗ ହୋଇଛି।
ଜାତୀୟ ଗଣମାଧ୍ୟମ ମୁତାବକ, , ଇସ୍ରାଏଲୀ ଆକ୍ରମଣରେ ଏପର୍ଯ୍ୟନ୍ତ ୩୩ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଇସ୍ରାଏଲର ସେନା କହିଛି ଯେ, ହମାସ ଆମ ସେନା ଉପରେ ଆକ୍ରମଣ କରିବାରୁ ଏହାର ଜବାବ ଦେବାକୁ ଯାଇ ଆମେ ଏୟାରଷ୍ଟ୍ରାଇକ୍ କରିଛ। ପାଲେଷ୍ଟିନୀୟ ଦଳ ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।ଏହି ଘଟଣା ପରେ ବୁଧବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, “ଗାଜାରେ ଯୁଦ୍ଧବିରତିକୁ କେହି ଭାଙ୍ଗିପାରିବେ ନାହିଁ। କିନ୍ତୁ ଯଦି ଇସ୍ରାଏଲର ସୈନିକମାନଙ୍କ ଉପରେ ଆକ୍ରମଣ କରାଯାଇଛି, ତେବେ ତାଙ୍କ ପାଖରେ ଜବାବ ଦେବାର ସମ୍ପୂର୍ଣ୍ଣ ଅଧିକାର ରହିଛି।”
