ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ । ଲକ୍ଷ୍ମୀସାଗର ଝାରପଡ଼ାରେ ଅଘଟଣ । ଝାରପଡ଼ା ଗଣେଶ ମଣ୍ଡପ ପାଖ ନୀଳପଦ୍ମା ଆପାର୍ଟମେଣ୍ଟରେ ଲାଗିଛି ନିଆଁ । ଦ୍ଵିତୀୟ ମହଲାରେ ଅଗ୍ନିକାଣ୍ଡ ଯୋଗୁଁ ଘଟଣା ସ୍ଥଳରେ ତିନିଗୋଟି ଦମକଳ ଗାଡି ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଛି । ନିଆଁ ଲାଗିବା ଯୋଗୁଁ ଆପାର୍ଟମେଣ୍ଟରେ ଦୁଇ ବୃଦ୍ଧଙ୍କ ସହ ଜଣେ ମହିଳା ଓ ଜଣେ ଶିଶୁ ମଧ୍ଯ ଆହାତ ହୋଇଛନ୍ତି ।
ଏସି ରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସଂଦେହ କରାଯାଉଛି । ଘରର ଆସବାବପତ୍ର ପୋଡିଯାଇଛି । ଅଗ୍ନିଶମ ଟିମ୍ ନିଆଁକୁ ଆୟତ କରିଛନ୍ତି । ଦୁଇଟି ଦମକଳ ଗାଡି ଯୋଗେ ନିଆଁ ଆୟତ ହୋଇଛି । ଗୋଟିଏ ଫ୍ଲାଟ ରୁ ନିଆଁ ଲାଗି ଅନ୍ୟ ଫ୍ଲାଟ୍ କୁ ବ୍ୟାପିଛି । ନିଆଁ ଧାସରେ ପାଖ ଫ୍ଲାଟ୍ ଲୋକେ ମଧ୍ୟ ଅଣ ନିଶ୍ୱାସ ହୋଇଥଲେ । ତେବେ ସେମାନେ ବର୍ତ୍ତି ଯାଇଛନ୍ତି ।
ନିଆଁ ଧାସରୁ ବର୍ତ୍ତିବାକୁ କାଚ ଫଟାଇ ସଂଗ୍ରାମ ଘରର ଝରକା ବାଟେ ନିଶ୍ବାସ ନେବା ପାଇଁ ଚେଷ୍ଟା କରିଥିଲେ । ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ଫସିଥିବା ବୃଦ୍ଧ ଦମ୍ପତିଙ୍କୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ଟିମ୍ ଜରିଆରେ ବାଲକୋନିରୁ ଫାୟାର ମ୍ୟାନ ଲିଫ୍ଟି ଜରିଆରେ ଉଦ୍ଧାର କରାଯାଇଛି । ଆପାର୍ଟମେଣ୍ଟରେ ଅଗ୍ନିଶମ ନିର୍ବାପନ କଣ ସବୁ ବ୍ୟବସ୍ଥା ଅଛି ସେନେଇ ଯାଂଚ କରାଯିବ।
