ଲାଞ୍ଜିଗଡ଼: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ପରିଚାଳିତ ଦକ୍ଷତା ତାଲିମ କେନ୍ଦ୍ରର ଖାଦ୍ୟ ଓ ପାନୀୟ (ଏଫ୍ଆଣ୍ଡ୍ବି)ର ୨୭ତମ ବ୍ୟାଚ୍ ୧୦୦% ନିଯୁକ୍ତି ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସମାବେଶୀ ବିକାଶ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିବା ଏହି ବ୍ୟାଚ୍ରେ ୭ ଜଣ ଦିବ୍ୟାଙ୍ଗ ପ୍ରାର୍ଥୀ ଥିଲେ । ସେହି ସମସ୍ତ ପ୍ରାର୍ଥୀଙ୍କୁ ସେବା ଓ ଆତିଥେୟତା ଉଦ୍ୟୋଗର କିଛି ଅଗ୍ରଣୀ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିଛି ।
ଏହି ପ୍ରାର୍ଥୀମାନେ ଇଣ୍ଡିଗୋ, କ୍ଲବ ମହିନ୍ଦ୍ରା, ବେଲଜିଆନ ୱାଫଲ, ମିନର୍ଭା ଗ୍ରାଣ୍ଡ, ଏଭିଏନ ଗ୍ରୁପ, ଶ୍ରୀ ନେଚର ଭାଲି ଓ ଗଲ୍ଫ କ୍ଲବ୍ ଭଳି ସୁନାମଧନ୍ୟ କମ୍ପାନିମାନଙ୍କରେ ଯୋଗ ଦେଇଛନ୍ତି । ଏହା କଳାହାଣ୍ଡି ଭଳି ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଅନ୍ତର୍ଭୁକ୍ତିମୂଳକ, ଦକ୍ଷତା-ଭିତ୍ତିକ ନିଯୁକ୍ତି ପ୍ରତି ଶିଳ୍ପ ଅଂଶୀଦାରମାନଙ୍କ ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ।
ସ୍ଥାୟୀ ଜୀବିକା ସୃଷ୍ଟି, ତୃଣମୂଳ ଅର୍ଥନୈତିକ ବିକାଶକୁ ସୁଦୃଢ଼ କରିବା ଓ ବିକଶିତ ଭାରତର ଜାତୀୟ ଏଜେଣ୍ଡାକୁ ସମର୍ଥନ କରିବା ପାଇଁ କମ୍ପାନିର ରହିଥିବା ଦୀର୍ଘକାଳୀନ ଲକ୍ଷ୍ୟର ଅଂଶ ସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍ଡିଏ) ଓ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହଯୋଗିତାରେ ଭବାନୀପାଟଣା ଓ ଲାଞ୍ଜିଗଡ଼ରେ ଆୟୋଜନ କରାଯାଉଛି । ଏହି ପ୍ରୟାସଟି ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs), ବିଶେଷକରି SDG 1 – ଦାରିଦ୍ର୍ୟ ମୁକ୍ତ ଏବଂ SDG 8 – ଉପଯୁକ୍ତ କାର୍ଯ୍ୟ ଏବଂ ଆର୍ଥିକ ଅଭିବୃଦ୍ଧି ସହିତ ରଣନୀତିକ ଭାବରେ ସଂଲଗ୍ନ।
ଏହି କାର୍ଯ୍ୟକ୍ରମରେ ନାମଲେଖାଇଥିବା ଅଧିକାଂଶ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଦୁର୍ଗମ ଗ୍ରାମାଂଚଳରୁ ଆସିଛନ୍ତି ଯେଉଁମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତିର ପଥ ଅତ୍ୟନ୍ତ ସୀମିତ । ଢାଞ୍ଚାଗତ ବୈଷୟିକ ତାଲିମ, କର୍ମକ୍ଷେତ୍ର ପାଇଁ ପ୍ରସ୍ତୁତି ପାଠ୍ୟକ୍ରମ ଓ ନିଯୁକ୍ତିଦାତା ସଚେତନତା ଅଧିବେଶନ ଜରିଆରେ ବେଦାନ୍ତ ଲାଞ୍ଜିଗଡ଼ ଦକ୍ଷତା ତାଲିମ କେନ୍ଦ୍ର ସେମାନଙ୍କୁ ବିଶ୍ୱାସ ଓ ସମ୍ମାନର ସହ ମୁଖ୍ୟଧାରା ଶ୍ରମଶକ୍ତିରେ ଯୋଡ଼ିହେବାକୁ ସକ୍ଷମ କରୁଛି ।
