ଭୁବନେଶ୍ୱର : PUCC ଫାଇନ୍ କମାଇବା ଯୋଜନା ଚାଲିଛି । ୧୦ ହଜାର ଟଙ୍କା ଫାଇନକୁ କମ୍ କରିବାକୁ ଆଲୋଚନା ହେଉଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ PUCC ନିୟମ କଡ଼ାକଡ଼ି ହୋଇଥିଲା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ମନ୍ତ୍ରୀ । ଏବେ ଟୋଲ ଗେଟରେ PUCC ଜରିମାନା କମ୍ କରିବାକୁ ଯୋଜନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ବକେୟା ଚାଲାଣ ପୈଠ ନକଲେ ହୋଇପାରିବନି PUCC । PUCC ପୂର୍ବରୁ ବକେୟା ଚାଲାଣ ଭରିବା ବାଧ୍ୟତାମୂଳକ କରାଯାଇଛି ।
