BSNL କ୍ରିକେଟ୍ ଲର୍ଭସଙ୍କ ପାଇଁ ଲଞ୍ଚ କରିଛି ଏକ ନୂଆ ପ୍ଲାନ୍ । ଭାରତ ସଞ୍ଚାର ନିଗମ ଲିମିଟେଡ୍ ଏହି ପ୍ଲାନ୍ ସହିତ JioHotstar, SonyLIV ଏବଂ Zee5 ର ତିନି ମାସର ସବସ୍କ୍ରିପସନ୍ ପ୍ରଦାନ କରୁଛି । ୟୁଜର୍ସମାନେ ଚଳିତ T20 ବିଶ୍ୱକପ୍ ଏବଂ IPL ୨୦୨୬ ର ସମସ୍ତ ମ୍ୟାଚ୍ ଉପଭୋଗ କରିପାରିବେ । ସେମାନେ ସେମାନଙ୍କର ପ୍ରିୟ ୱେବ୍ ସିରିଜ୍ ଏବଂ ଚଳଚ୍ଚିତ୍ରଗୁଡ଼ିକର ମଧ୍ୟ ମଜ୍ଜା ଉଠାଇପାରିବେ ।
BSNL ର ନୂଆ ପ୍ଲାନ୍:
BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏହି ନୂଆ ଆଡ-ଅନ୍ ପ୍ୟାକ୍ ଘୋଷଣା କରିଛି । ଏହି BSNL ପ୍ୟାକ୍ ୪୯୯ ଟଙ୍କାରେ ଉପଲବ୍ଧ ଏବଂ ଏହା ୟୁଜର୍ସଙ୍କୁ ତିନି ମାସ କିମ୍ବା ୯୦ ଦିନର ଭାଲିଡିଟି ପ୍ରଦାନ କରେ । ୟୁଜର୍ସମାନେ ସେମାନଙ୍କର ଯେକୌଣସି ପ୍ଲାନ୍ ସହିତ ଏହି ପ୍ୟାକ୍ କିଣିପାରିବେ । ଏହି ପ୍ୟାକ୍ ତିନି ମାସ ପାଇଁ JioHotstar, SonyLIV, ଏବଂ Zee5 OTT ଆପ୍ସକୁ ଆକ୍ସେସ୍ ପ୍ରଦାନ କରେ । ୟୁଜର୍ସମାନେ ଦୁଇଟି ସ୍କ୍ରିନରେ ଏକା ସାଙ୍ଗରେ ଏହି ତିନୋଟି ଆପ୍ସକୁ ଆକ୍ସେସ କରିପାରିବେ, ଅର୍ଥାତ୍ ସେମାନେ ସେମାନଙ୍କର ମୋବାଇଲ୍ ଏବଂ ଟିଭି ଉଭୟରେ ଏହି OTT ଆପ୍ସକୁ ଆକ୍ସେସ୍ କରିପାରିବେ ।
ଏଥିସହ ଜାଣିରଖନ୍ତୁ ଯେ, କ୍ରିକେଟ୍ ଲର୍ଭସମାନେ JioHotstar ରେ T20 World Cup ସହିତ IPL 2026 ର ସମସ୍ତ ମ୍ୟାଚ୍ ଦେଖିପାରିବେ । ଏହା ସହିତ, ସେମାନେ SonyLIV ରେ ବିଭିନ୍ନ ସ୍ପୋଟ୍ସ ଇଭେଣ୍ଟର ମଧ୍ୟ ଉପଭୋଗ କରିପାରିବେ । BSNL ସବୁ ସମୟରେ ଏହାର ୟୁଜର୍ସଙ୍କ ପାଇଁ ଆଫର୍ଡେବଲ ପ୍ରାଇସରେ ବିଭିନ୍ନ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି । ଗତ ମାସରେ, କମ୍ପାନୀ ୨୬୨୬ ଟଙ୍କା ମୂଲ୍ୟର ଏକ ଲଙ୍ଗ-ଭାଲିଡିଟି ପ୍ଲାନ୍ ଉପସ୍ଥାପନ କରିଥିଲା, ଯାହା ୩୬୫ ଦିନର ଭାଲିଡିଟି ପ୍ରଦାନ କରେ ।
ୟୁଜର୍ସମାନେ ସାରା ଭାରତରେ ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଫ୍ରି ନ୍ୟାସନାଲ୍ ରୋମିଂର ମଜା ନେଇପାରିବେ । ଏହା ସହିତ, ଏହି ପ୍ଲାନରେ ଦୈନିକ ୨.୨୬GB ହାଇ-ସ୍ପିଡ୍ ଡାଟା ଏବଂ ୧୦୦ଟି ଫ୍ରି SMS ମଧ୍ୟ ପ୍ରଦାନ କରାଯାଉଛି । ଏହି BSNL ଅଫର୍ ଫେବୃଆରୀ ୨୪, ୨୦୨୬ ପର୍ଯ୍ୟନ୍ତ ଭାଲିଡ୍ ରହିଛି । BSNL ୟୁଜର୍ସମାନେ ଏହି ପ୍ଳାନ୍ ସହିତ ସମ୍ପୂର୍ଣ୍ଣ ଏକ ବର୍ଷ ପାଇଁ ସେମାନଙ୍କର ନମ୍ବର ଆକ୍ଟିଭ୍ ରଖିପାରିବେ ।
ଚଳିତ ବର୍ଷ ବଜେଟରେ ସରକାର BSNL ପାଇଁ କୋଟି କୋଟି ଟଙ୍କାର ଫଣ୍ଡ ଘୋଷଣା କରିଛନ୍ତି । ଏହି ଫଣ୍ଡ ସରକାରୀ ଟେଲିକମ୍ କମ୍ପାନୀର ନେଟୱାର୍କ ଅପଗ୍ରେଡ୍ ପାଇଁ ବ୍ୟବହାର କରାଯିବ । ଗତ ନଭେମ୍ବରରେ, କମ୍ପାନୀ ଦେଶବ୍ୟାପୀ 4G ସର୍ଭିସ୍ ଲଞ୍ଚ କରିଥିଲା । ଏଥିପାଇଁ ପ୍ରାୟ ୧ ଲକ୍ଷ ନୂଆ 4G/5G ଟାୱାର ସ୍ଥାପନ କରାଯାଇଛି । ସରକାର ଆହୁରି ନୂଆ 4G/5G ଟାୱାର ସ୍ଥାପନ କରୁଛନ୍ତି । BSNL ର ନେଟୱାର୍କ ସମ୍ପୂର୍ଣ୍ଣ ସ୍ୱଦେଶୀ ଟେକ୍ନୋଲୋଜୀ ଉପରେ ବେସ୍ଡ । ଏଥିସହ ଯଦି ଆପଣ କ୍ରିକେଟ ଲର୍ଭସ ହୋଇଥାନ୍ତି, ତେବେ ଏହି ପ୍ଲାନର ମଜ୍ଜା ନିଶ୍ଚିତ ଉଠାନ୍ତୁ ।
