ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡା ତଡୁଆବାହାଳ ନିକଟରେ ଦୁର୍ଘଟଣା । OISF ଯବାନଙ୍କୁ ନେଇ ଯାଉଥିବା ବସକୁ ଧକ୍କା ଦେଲା ଟ୍ରକ । ୨୮ଆହତ ଯବାନଙ୍କ ମଧ୍ୟରୁ ୧୦ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗୁଆଲିରୁ ଘଟଗାଁ ଯାଉଥିବା ବେଳେ ବସକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ । ଦୁର୍ଘଟଣା ପରେ ଟ୍ରକ୍ ସହ ଚାଳକ ଫେରାର । ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
