ଜଳେଶ୍ୱର: ବିଦ୍ଯୁତ ସର୍ଟସର୍କିଟରୁ ଜଳି ପୋଡି ପାଂଉଶ ହୋଇଗଲା ୫ ଟି ଦୋକାନ । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସମେତ ନଗଦ ଟଙ୍କା ପୋଡି ଯାଇଛି । ବିଳମ୍ବିତ ରାତି ରେ ଘଟିଛି ବଡ ଧରଣର ଅଗ୍ନିକାଣ୍ତ । ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଭୋଗରାଇ ହାଟରେ ଘଟିଛି ଅଘଟଣ ।
ସୂଚନା ଅନୁଯାୟୀ ଅମୂଲ୍ଯ ଗିରି, ଚନ୍ଦନ ଦାସ , ଅଜୟ ଜେନା, ସେଖ ସରାଉଦ୍ଦିନ ଏବଂ ସୁରେନ୍ଦ୍ର ଜେନାଙ୍କ ଭୋଗରାଇ ହାଟରେ ଗ୍ରୋସରୀ ଦୋକାନ ସମେତ ବିଭିନ୍ନ ଦୋକାନ ରହିଛି । ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ହଠାତ ନିଂଆ ଲାଗି ୫ ଟି ଦୋକାନ ସମ୍ପୂର୍ଣ୍ନ ପୋଡି ଯାଇଛି । ଖବର ପାଇ ଭୋଗରାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ଯ ନିଂଆ କୁ ଆୟତ୍ତ କରି ପାରି ନଥିଲେ ।
