କୋଟପାଡ଼: ବଜାରରେ ବୁଲୁଛି ଭାଲୁ । ଖାଦ୍ୟ ଅନ୍ବେଷଣରେ ସହର ମୁହାଁ ଜଙ୍ଗଲୀ ଭାଲୁ । କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ ପୁଣି ଭାଲୁ ଆତଙ୍କ । ରାତିରେ ସହର ଭିତରେ ଭାଲୁ ବୁଲୁଥିବା ଦୃଶ୍ୟ ଅଞ୍ଚଳବାସୀଙ୍କ ମୋବାଇଲରେ କଏଦ ହୋଇଛି । କୁନ୍ଦୁରା ସାଗରଗୁଡା ଅଞ୍ଚଳରେ ଏକ ବଡ଼ ଭାଲୁ ଏଣେତେଣେ ବୁଲୁଥିବା ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଛନ୍ତି ।
କିଛି ଲୋକ ନିଜ ମୋବାଇଲରେ ଏହାର ଭିଡିଓ କରିଥିବା ବେଳେ ଭିଡିଅଟି ଏବେ ଭାଇରାଲ ହେବାରେ ଲାଗିଛି । ରାସ୍ତା କଡ଼ରେ ପଡ଼ୁଥିବା କୁଢ କୁଢ ଖାଦ୍ୟ ଅନ୍ବେଷଣରେ ଭାଲୁ ଜନବସତି ମୁହାଁ ହେଉଛନ୍ତି । ରାସ୍ତାରେ ଖାଦ୍ୟ ନଫୋପାଡ଼ିବାକୁ ବନବିଭାଗ ସର୍ବଦା ସଚେତନ କରି ଆସୁଛି । ହେଲେ ଲୋକେ ଏଦିଗରେ ଅବମାନନା କରୁଥିବା ଦେଖିବାକୁ ମିଳିଛି ।
