ଭୁବନେଶ୍ୱର : ଖଣ୍ଡଗିରି ମେଳା ଜଗିବେ ୧୦ ପ୍ଲାଟୁନ ଫୋର୍ସ । ସୁରକ୍ଷା ବ୍ୟବସ୍ଥା ହେବ କଡାକଡି । ଜଣେ ଡିସିପି, ଜଣେ ଏସିପି , ୩ ଜଣ ଇନ୍ସପେକ୍ଟର ଙ୍କ ସହ ୨୭ ଅଫିସର ମେଳା ସୁରକ୍ଷା ଦାୟିତ୍ବରେ ରହିବେ । ସାଦା ପୋଷାକ ଧାରୀ ଗୋଟିଏ ପ୍ଲାଟୁନ ବିଭିନ୍ନ ଭିଡ଼ ସ୍ଥାନରେ ପାଇଁତରା ମାରିବେ । ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରକୁ ଜନ ସମାଗମ ବୃଦ୍ଧିକୁ ଦୃଷ୍ଟିରେ ରଖି ସିସିଟିଭି ବନ୍ଦୋବସ୍ତ କରାଯାଇଛି । ଅପରାଧୀଙ୍କ ପ୍ରତେକଟି କାର୍ଯ୍ୟକଳାପ ଉପରେ ପୋଲିସର ନଜର ରହିବ। ନିକାଞ୍ଚନ ସ୍ଥାନ ମାନଙ୍କରେ ପାଟ୍ରୋଲିଂ ବଢ଼ାଯିବ। ଜୟଦେବ ବାଟିକା ଭିତର ଓ ବାହାରେ ମଧ୍ୟ ଅପରାଧିକ ତତ୍ତ୍ୱ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ହୋଇଛି ।
ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଯାଇ ମହିଳା ପୋଲିସଙ୍କ ସଂଖ୍ୟା ମଧ୍ୟ ବଢାଯାଇଛି । ପକେଟମାରଙ୍କ ଉପରେ ତୀକ୍ଷ୍ଣ ନଜର ରହିଛି । ସେପଟେ ଲୋକେ ମଧ୍ୟ ଜେତେବେଳେ ମେଳା ଭିତରକୁ ଆସୁଛନ୍ତି, ନିଜ ଦାମୀ ଜିନିଷ ଦାୟିତ୍ୱରେ ରଖିବା ପାଇଁ ପୋଲିସ ଅପିଲ କରିଛି । ଡାକ ବାକି ଯନ୍ତ୍ର ରେ ଲୋକଙ୍କୁ ସଚେତନ କରୁଛି ପୋଲିସ।ସେହିପରି ପାର୍କିଂ ପ୍ଲେସ ମାନଙ୍କରେ ଗାଡି ରଖିବାକୁ ଅନୁରୋଧ କରିଛି ଖଣ୍ଡଗିରି ଥାନା ପୋଲିସ । ଅନ୍ୟ ସ୍ଥାନ ମାନଙ୍କରେ ଗାଡି ରଖିଲେ, ଚୋରି ହେବାର ସମ୍ଭାବନା ରହିଛି । ସେପଟେ ଯାତ୍ରାରେ ଅଶ୍ଳୀଳ ଓ ଉତ୍ତେଜକ ନୃତ୍ୟ ନହେବାକୁ ଯାତ୍ରା କମିଟି ସହ କମିଶନରେଟ ପୋଲିସର ଆଲୋଚନା ହୋଇଥିବା କହିଛନ୍ତି ଏସିପି । ଚଳିତ ବର୍ଷ ସୁରକ୍ଷା ଦୃଷ୍ଟି ରୁ ରାମ ଦୋଳି ବନ୍ଦ ହୋଇଛି ।
