କାଳିଆପାଣି (ରବିନାରାୟଣ କର): ଯାଜପୁରଜିଲ୍ଲା କାଳିଆପାଣି ଥାନା ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା ମଙ୍ଗଳପୁର ସଡ଼କର ଜଗାବଳିଆ ମାର୍କେଟ୍ ଠାରେ ଆଜି ଏକ ଚୋରା ଗୋଚାଲାଣ ଭ୍ୟାନ(ଓଆର୍-୧୧ଜେ-୫୦୬୭)କୁ ଧରି ଲୋକେ ପୁଲିସ ଜିମା ଦେଇଛନ୍ତି। ବଡ଼ିଭୋର ୩ଟା ସମୟରେ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ ଅଟକି ରହିଥିଲା। ପାଲ ଭିତରେ ଗୋରୁ ଛଟପଟ ହେଉଥିବାରୁ ସାଧାରଣରେ ସନ୍ଦେହ ହୋଇଥିଲା। ୪୦ ବର୍ଗଫୁଟ୍ ଡାଲାରେ ୯ଟି ବଡ଼ବଡ଼ ଗୋରୁ ଅତି ଦୟନୀୟ ଭାବେ ଗୋଡ଼ ଓ ମୁହଁ ବନ୍ଧା ଅବସ୍ଥାରେ ଦେଖାଯାଇଥିଲେ। ଗୋଟିଏ ଗର୍ଭିଣୀ ଗାଈ ମୃତ ଅବସ୍ଥାରେ ଠାବ ହୋଇଥିଲା। ୨ଟି ଗୁରୁତର ଓ ଆହତ ଅବସ୍ଥାରେ ଥିବା ଅନ୍ୟ ୬ଟିକୁ ଗୋରୁଙ୍କୁ ଗୋରକ୍ଷକ ବାହିନୀ ପକ୍ଷରୁ ବିଶ୍ବଜିତ ମହାନ୍ତି, ସତ୍ୟଜିତ ମହାରଣା, ମନୋଜ ବେହେରା, ଜୟପ୍ରକାଶ ମହାନ୍ତି, ଦାମୋଦର ପାତ୍ର, ମୁନା ପ୍ରଧାନ, ଜ୍ୟୋତି ପ୍ରକାଶ ମାଝୀ, ଗୌତମ ଦାସ ପ୍ରମୁଖ ଉଦ୍ଧାର କରିଥିଲେ। ମୃତ ଗୋରୁର ଶେଷକୃତ୍ୟ କରାଇଥିଲେ
