ନୟାଗଡ଼: ରଣପୁରରେ ମାତିଛି ହାତୀ । ରାସ୍ତାରେ ଲୋକଙ୍କ ଯାତାୟତ ବନ୍ଦ କଲା ବନବିଭାଗ । ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜ ଅନ୍ତର୍ଗତ ନାକିଠଣା ଓ ଜଙ୍କିଆ ରାସ୍ତାରେ ହାତୀ ଆତଙ୍କ । ବନବିଭାଗ ପହଞ୍ଚି ରାସ୍ତାରେ ଯାତାୟାତ ବନ୍ଦ କରିଛି । କିଛିଦିନ ହେବ ରଣପୁର ରେଞ୍ଜରେ ଏକ ଦନ୍ତାହାତୀ ବିଭିନ୍ନ ଗାଁକୁ ଯାଇ ଫସଲ ନଷ୍ଟ କରୁଥିବା ସହ ଗାଁରେ ଆତଙ୍କ ଖେଳାଇଛି ।
ହାତୀର ଗତିବିଧି ଜାଣିବା ପାଇଁ ବନବିଭାଗ ପକ୍ଷରୁ କ୍ୟାମେରା ଲଗାଯାଇଛି । ଆଜି ସକାଳୁ ନାକିଠଣା ଜଙ୍କିଆ ରାସ୍ତାରେ ହାତୀ ଚଳପ୍ରଚଳ ସ୍ପଷ୍ଟ ହୋଇଛି । ରାସ୍ତାରେ କୌଣସି ଲୋକଙ୍କୁ ଛଡାଯାଉନି । ବନବିଭାଗ ହାତୀ ଘଉଡ଼ାଇଵା ପାଇଁ ଚେଷ୍ଟା ଚଳାଇଛି ।
