ପାରଳାଖେମୁଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ବଡ଼ ଧରଣର ୪ ଚୋରି ମାମଲାର ଖୁଲାସା କରିଛି ପୁଲିସ। ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ। ଚୋରି ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟ ଜବତ। ମାମଲାରେ ଦୁଇ ଗିରଫ।
ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ତିନୋଟି ମାମଲା ଏବଂ ଗୁରାଣ୍ଡି ଥାନା ଅଞ୍ଚଳର ଗୋଟିଏ ମାମଲାର ଖୁଲାସା କରିବା ସହ ୧୦ ତୋଳା ଓଜନର ସୁନା ଅଳଙ୍କାର, ୯ କିଲୋଗ୍ରାମର ରୁପା ଅଳଙ୍କାର, ଦୁଇଟି ମୋବାଇଲ ଫୋନ୍ , ଦୁଇଟି ବାଇକ ସହ ତାଲା ଭାଙ୍ଗିବା ପାଇଁ ବ୍ୟବହାର ଲୁହାଛଡ଼ ମଧ୍ୟ ଜବତ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାରଳାଖେମୁଣ୍ଡିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ ।
