ଭୁବନେଶ୍ବର: ମାର୍ଚ୍ଚ ୩୧ ଯାଏଁ ଗାଡ଼ି ଚାଳକଙ୍କୁ ମିଳିଲା ମହଲତ । ୩ ମାସ PUCC କୋହଳ କଲେ ରାଜ୍ୟ ସରକାର । ଲୋକଙ୍କ ହଇରାଣ ହରକତକୁ ଦୃଷ୍ଟିରେ ପଲ୍ୟୁସନ ଅବଧି ବଢ଼ାଇଛି ପରିବହନ ବିଭାଗ । ସେହିପରି ଗ୍ରୀନ ଷ୍ଟିକର ନେଇ ନିଷ୍ପତ୍ତି ବଦଳିଛି । ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ । ଅନ୍ୟପଟେ ପ୍ରଦୂଷଣ ସାର୍ଟିଫିକେଟରେ ଜାଲିଆତି ପାଇଁ ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ କରାଯାଇଛି ।
