କଟକ (କେନ୍ୟୁଜ୍) : ଓଡ଼ିଶା କ୍ରିକେଟ ଆସୋସିଏସନର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବରେ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ। କ୍ରୀଡ଼ା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସମ୍ବର୍ଦ୍ଧିତ ହେଲେ କିଟ୍ କିସ ଓ କିମସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।
ଏହି ଅବସରରେ ସ୍ୱର୍ଗତ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଡକ୍ଟର ମହତାବଙ୍କ ଏହି ସମ୍ମାନ ଗ୍ରହଣ କରିଛନ୍ତି ତାଙ୍କ ଦାୟାଦ ଲୋକରଞ୍ଜନ ମହତାବ। ଅନ୍ୟମାନଙ୍କ ମଧ୍ୟରେ ଆଜିର ଉତ୍ସବରେ ସ୍ୱର୍ଗତ ସୁମିତ ବୋଷଙ୍କୁ କ୍ରିକେଟ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି । କ୍ରିକେଟ କ୍ଷେତ୍ରରେ ଅବଦାନ ପାଇଁ ପଙ୍କଜ ଲୋଚନ ମହାନ୍ତି, ଡକ୍ଟର ପ୍ରମୋଦ ଚନ୍ଦ୍ର ରଥ ଓ ଶୈଳେନ୍ଦ୍ର ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।
ଏହି ସ୍ୱତନ୍ତ୍ର ଉତ୍ସବରେ ଭିନୁ ମଙ୍କଡ଼ ଟ୍ରଫିରେ ଉତ୍ତମ ପ୍ରଦର୍ଶନ କରିଥିବା ଓଡ଼ିଶାର ୧୯ ବର୍ଷରୁ କମ ପୁରୁଷ ଦଳକୁ ସମ୍ବର୍ଦ୍ଧିତ କରାଯାଇଛି। ଓସିଏର ଏମରଜିଙ୍ଗ ପ୍ଲେୟାର ଭାବେ ଓମ ଟି ମୁଣ୍ଡେ ଓ ତନ୍ମୟୀ ବେହେରା ସମ୍ବର୍ଦ୍ଧିତ ହୋଇଛନ୍ତି। ମଲ୍ଟିପୁଲ ପ୍ଲାଟଫର୍ମରେ ଓସିଏର ଏମରଜିଙ୍ଗ ପ୍ଲେୟାର ଶିବୁନ ନନ୍ଦ ଏବଂ ସ୍ପୋର୍ଟସ ଆଇକନ ଆୱାର୍ଡ ପାଇଁ ରୋସନାରା ପରବିନ ଓ ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି ।
