ଭୁବନେଶ୍ୱର : ବଢିପାରେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା, ଭତ୍ତା । ପୂର୍ବତନ ବିଧାୟକଙ୍କ ବୃଦ୍ଧି ହୋଇପାରେ ପେନସନ । ଆଜି ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକ ମାନଙ୍କର ଦରମା, ଭତ୍ତା ଓ ପେନସନ ବଢ଼ିପାରେ । ବିଧାନସଭାରେ ଏ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି ବିଧାନସଭାରେ ଆଜି ବନ୍ଦେ ମାତରମ ସଙ୍ଗୀତକୁ ନେଇ ସଂକଳ୍ପ ଆଣିବେ ସରକାର ।
ତେବେ ଏହା ପୂର୍ବରୁ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ଓ ପେନସନ୍ ବୃଦ୍ଧି କରିବାକୁ ଉଭୟ ଶାସକ ଏବଂ ବିରୋଧୀଙ୍କ ସ୍ୱର ଏକ ହୋଇଥିଲା । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବାରୁ ଦରମା ବୃଦ୍ଧି ସପକ୍ଷରେ ଜଣକ ପରେ ଜଣେ ବିଧାୟକ ଏବଂ ପୂର୍ବତନ ବିଧାୟକ ଦାବି କରିଥିଲେ । ଆଉ ଶେଷରେ ଏହାକୁ ଦେଖି ଏ ସମ୍ପର୍କରେ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
