ସଡ଼କ ଦୁର୍ଘଟଣାର ଶିକାର ହେଲେ ଟିଭି ଅଭିନେତା ଜୀଶାନ୍ ଖାନ୍ । ‘‘କୁମକୁମ୍ ଭାଗ୍ୟ’’ ଏବଂ ‘‘ବିଗ୍ ବସ୍ OTT’’ ରେ ପରିଚୟ ତିଆରି କରିପାରିଥିବା ଅଭିନେତାଙ୍କ ମଧ୍ୟରୁ ସେ ଜଣେ । ତାଙ୍କ ଭୂମିକା ପାଇଁ ସେ ଖୁବ୍ ଜଣାଶୁଣା । ଗତକାଲି ରାତି ପ୍ରାୟ ୧୦ଟା୩୦ ମିନିଟ ସମୟରେ ଜିମରୁ ଘରକୁ ଫେରୁଥିବାବେଳେ ସାମ୍ନାରୁ ଆସୁଥିବା କାର୍ ତାଙ୍କ ଗାଡ଼ି ସହିତ ଧକ୍କା ହୋଇଥିଲା । ଅନ୍ୟ କାରରେ ଥିବା ବୃଦ୍ଧ ଦମ୍ପତି ସୁରକ୍ଷିତ ରହିଛନ୍ତି । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାଁନ୍ତି । ପୋଲିସ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରିନାହିଁ । କିନ୍ତୁ ଘଟଣାର ତଦନ୍ତ ଚାଲିଛି । ଏଥିସହ ଜୀଶାନ୍ ମଧ୍ୟ ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।
ଯଦି ତାଙ୍କ କ୍ୟାରିୟର କଥା କୁହାଯାଏ ତେବେ ୨୦୧୯ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସେ “କୁମକୁମ ଭାଗ୍ୟ” ରେ ଆର୍ଯ୍ୟନ୍ ଖାନ୍ନା ଭୂମିକାରେ ଅଭିନୟ କରିଥିଲେ । ଯାହା ଦ୍ବାରା ତାଙ୍କୁ ଘରେ ଘରେ ଲୋକପ୍ରିୟ କରିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଏକତା କପୁରଙ୍କ ଶୋ “ନାଗିନ୍” ରେ ଦେଖିବାକୁ ମିଳିଥିଲା । ଏଥିସହିତ”ବିଗ୍ ବସ୍ ଓଟିଟି” ର ପ୍ରଥମ ସିଜିନରେ ସେ ନଜର ଆସିବା ପରେ ତାଙ୍କର ଲୋକପ୍ରିୟତା ଆହୁରି ବଢିଯାଇଥିଲା ।
ଅନ୍ୟପଟେ ଏହି ଘଟଣାର ଖବର ଭାଇରଲ ହେବା ପରେ ଅଭିନେତା ସୁରକ୍ଷିତ ଥିବା ଜାଣି ପ୍ରଶଂସକମାନେ ଆଶ୍ବସ୍ତ ହୋଇଛନ୍ତି । ଏହା ସହିତ ଜୀଶାନ୍ ଖୁବ୍ ଶୀଘ୍ର ଏହି ଘଟଣା ସମ୍ପର୍କରେ ପୋଷ୍ଟ ସେୟାର କରିବେ ବୋଲି ତାଙ୍କ ଫ୍ୟାନ୍ସ ଆଶା କରୁଛନ୍ତି ।
