ସୋର: ବେଆଇନ ବାଲି ବୋଝେଇ ବେଳେ ମାଡ଼ିବସିଲା ପ୍ରଶାସନ । ତହସିଲ ଓ ଖଣି ବିଭାଗର ମିଳିତ ଚଢ଼ାଉ ବେଲେ ୧୫ ପଥର ଓ ବାଲି ବୋଝେଇ ବେଆଇନ ଟ୍ରକକୁ ମାଡି ବସିଲା ପ୍ରଶାସନ । ରାତି ସାରା ବାଲେଶ୍ୱର ଜିଲ୍ଲା ସୋର ତହସିଲ, ଖଣି ବିଭାଗ ଓ ପୋଲିସ ଫୋର୍ସ ପକ୍ଷରୁ ମିଳିତ ଚଢ଼ାଉ ।
ଜାତୀୟ ରାଜପଥ ୧୬ ତଳନଗରରୁ ବରଫକଳ ଛକ ମଧ୍ୟରେ ବେଆଇନ ବାଲି ଓ ପଥର ବୋଝେଇ ଟ୍ରକ ଉପରେ ଚଢ଼ାଉ । ବେଆଇନ ୧୦ଟି ପଥର ଟ୍ରକ ବେଆଇନ ୫ ବାଲି ଟ୍ରକକୁ ପ୍ରଶାସନ ଜବତ କରିଛି । ଆନନ୍ଦପୁର ବୈତରଣୀ ନଦୀରୁ ବାଲେଶ୍ୱରକୁ ଆସୁଥିଲା ବେଆଇନ ବାଲି ଓ ମହୁମୁହାଣ ଖଞ୍ଜାମାହାଲରୁ ବେଆଇନ ପଥର । ଚାଲାଣ ବେଳେ ମାଡ଼ି ବସିଲା ପ୍ରଶାସନ । ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ଚଢ଼ାଉ କରିବା ପରେ ମାଫିଆ ମାନେ ଛତ୍ରଭଙ୍ଗ ଦେଇଛନ୍ତି ।
