ବାଲେଶ୍ବର : ବାଲି ଉଠାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗିଲାଜୋଡ଼ି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଫକୀର ମୋହନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି । ସିଂଲା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ଅନ୍ୟପଟେ ହସ୍ପିଟାଲରେ ଗୁରୁତରଙ୍କୁ ଭେଟିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ମାଫିଆମାନେ ବେଆଇନ୍ ଭାବେ ବାଲି ଉତ୍ତୋଳନ କରୁଥିବା ବେଳେ ତାଙ୍କୁ ବିରୋଧ କଲେ ଆକ୍ରମଣ କରିବାକୁ ପଛ ଘୁଞ୍ଚା ଦେଉନାହାନ୍ତି। ଷଡ଼ଯନ୍ତ୍ର କରି ହତ୍ୟା ଉଦ୍ୟମ କରାଯାଉଛି । ତେବେ ଘଟଣାରେ ବାଲେଶ୍ବର ଏସପି, ପୂର୍ବାଞ୍ଚଳ ଡିଆଇଜି ଓ ଜଳେଶ୍ବର ଆଇଆଇସିଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ଖୁବଶୀଘ୍ର ମାଫିଆଙ୍କୁ ଗିରଫ କରାଯିବ ଏବଂ ବେଆଇନ୍ ଉତ୍ତୋଳନଙ୍କୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରାଯିବ ବୋଲି କହିଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।
