ଆଉ ଦୁଇଦିନ ପରେ ନଭେମ୍ବର ମାସ ସରିଯିବ । ଆଉ ଡିସେମ୍ବର ମାସ ଖୁବଶୀଘ୍ର ଆରମ୍ଭ ହେବ । ଡିସେମ୍ବର ମାସରେ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣ ଡିସେମ୍ବରରେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ କାମ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବ୍ୟାଙ୍କ ଛୁଟି ବିଷୟରେ ଜାଣିବାକୁ ହେବ । ଡିସେମ୍ବର ମାସ ପାଇଁ ଛୁଟି ତାଲିକା ଘୋଷଣା କରି ଆରବିଆଇ । ଏଥିରେ କିଛି ଜାତୀୟ ଆଉ କିଛି ରାଜ୍ୟଭତ୍ତିକ ପର୍ବପର୍ବାଣୀ ରହିଛି ।
ଛୁଟିଦିନରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ, କିନ୍ତୁ ATM, UPI, ନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ଭଳି ଡିଜିଟାଲ୍ ସେବାଗୁଡ଼ିକ କାର୍ଯ୍ୟକ୍ଷମ ରହିବ । ଛୁଟିଦିନ ପୂର୍ବରୁ ଚେକ୍ ଜମା କରିବା କିମ୍ବା ଟଙ୍କା ଉଠାଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାରିବାକୁ ନିଶ୍ଚିତ କରନ୍ତୁ ।
