ନୂଆଦିଲ୍ଲୀ: ଦେଶ ପାଳୁଛି ସମ୍ବିଧାନ ଦିବସ । ପ୍ରତିବର୍ଷ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଥିବା ବେଳେ ୧୯୪୯ ମସିହା ଆଜିର ଦିନରେ ଭାରତ ନିଜ ସମ୍ବିଧାନକୁ ଗ୍ରହଣ କରିଥିଲା । ଏହି ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଆଜି, ନଭେମ୍ବର ୨୬, ସମ୍ବିଧାନ ଦିବସ ଅବସରରେ, ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସମ୍ବିଧାନକୁ ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଥିଲା। ଏହି ଶୁଭ ଅବସରରେ, ଆସନ୍ତୁ ଆମ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଜଣାଇ ରାଷ୍ଟ୍ର ଗଠନ ଦିଗରେ ନିଜର ଦାୟିତ୍ୱ ପାଳନ କରିବା ଓ ମା ଭାରତୀର ସେବାରେ ନିଜକୁ ସମର୍ପଣ କରିବା ପାଇଁ ସଂକଳ୍ପ ନେବା।
