ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ସଂପର୍କିତ ମାମଲାରେ ବ୍ରହ୍ମପୁର ଜେଲରୁ ସ୍ଥାନାନ୍ତର ହେଲେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅନ୍ୟ ସହଯୋଗୀ । ଗତ ରାତିରେ ଶଙ୍କର ଓ ତାର ଅନ୍ୟ ୧୧ ସହ ଯୋଗୀଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ୱର ସ୍ୱତନ୍ତ୍ର କାରାଗାର କୁ ସ୍ଥାନାନ୍ତର କରାଯାଇଛି । CBI କୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ କୋର୍ଟ ଅର୍ଡର ହେବା ପରେ ଶଙ୍କର ଓ ତାର ସହଯୋଗୀ ଙ୍କ ସ୍ଥାନାନ୍ତରିତ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲେ ବି ଶେଷରେସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ଗତ ୧୨ ତାରିଖରେ CBI ତଦନ୍ତ ଭାର ନେବା ପରେ ନିଜ ଅଦାଲତକୁ ମାମଲା ସ୍ଥାନାନ୍ତର ପାଇଁ ଓ ଜେଲରେ ଥିବା ଶଙ୍କର ପୃଷ୍ଟି ସମେତ ସମସ୍ତ ୧୨ଅଭିଯୁକ୍ତଙ୍କୁ ଭୁବନେଶ୍ୱର କାରାଗାରକୁ ନେବା ପାଇଁ ବ୍ରହ୍ମପୁର ଜେଏମଏଫସି ଗ୍ରାମୀଣ କୋର୍ଟରେ ଗତ ୨୦ ତାରିଖରେ ଆବେଦନ କରାଯାଇଥିଲା l ସୋମବାର ଏଥିପାଇଁ ସିବିଆଇର ଆଇନଜୀବୀ ଓ ଅଧିକାରୀମାନେ ବ୍ରହ୍ମପୁର ଆସିଥିଲେ ।
