ରାଉରକେଲା: ଆଠ ଦଫା ଦାବି ପୂରଣ କରିବା ଦାବିରେ ଆଜି ନିଖିଳ ଓଡ଼ିଶା ଆୟୂଷ ଛାତ୍ର ସଂଗଠନ ପକ୍ଷରୁ ତାଲା ବନ୍ଦ ଆନ୍ଦୋଳନ କରାଯାଇଛି l ରାଉରକେଲା ସେକ୍ଟର ୨୧ ନୟାବଜ଼ାରସ୍ଥିତ ସରକାରୀ ହୋମିଓପାଥି କଲେଜ ଛାତ୍ରଛାତ୍ରୀମାନେ ଅଫିସ ଓ ଗେଟରେ ତାଲା ମାରି ଧାରଣାରେ ବସିଛନ୍ତି l ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଏହି ଦାବି ମଧ୍ୟରେ ରହିଛି ଅଧିକସଂଖ୍ୟକ ସ୍ଥାୟୀ ଆୟୂଷ ଡାକ୍ତର ପଦବି ସୃଷ୍ଟି କରିବା, ପିଜି ଓ ପିଏଚଡି ସିଟ୍ ବୃଦ୍ଧି, ଷ୍ଟାଇପେଣ୍ଡ ବୃଦ୍ଧି ଆଦି ଅନ୍ତର୍ଭୁକ୍ତ।
