ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀଙ୍କୁ ରାସ୍ତାରେ ଘୋଷାଡିଲେ ପୁଲିସ। ପାକିସ୍ତାନର ରାୱଲପିଣ୍ଡିର ଅଦିଆଲା ଜେଲ ବାହାରେ ଏହି ଘଟଣା ଘଟିଥିବା ଜଣାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭଉଣୀ ଅଲିମା, ଉଜମା ଏବଂ ନୌରିନ ଖାନଙ୍କୁ ପୁଲିସ ଦୁର୍ବ୍ୟବହାର କରିଥିବା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଇମ୍ରାନଙ୍କ ଭଉଣୀ ନୌରିନଙ୍କୁ ହେପାଜତକୁ ନେବା ପୂର୍ବରୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଭିଡିଓରେ, ଇମ୍ରାନ ଖାନଙ୍କ ଭଉଣୀମାନେ ଥରୁଥିବା ଏବଂ ଭୟଭୀତ ଥିବା ଦେଖାଯାଉଛି।
ଇମ୍ରାନ ଖାନ ଏବେ ଅଦିଆଲା ଜେଲରେ ଏକାକୀ ବନ୍ଦୀ ଜୀବନ କାଟୁଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଇମ୍ରାନ ଖାନଙ୍କ ତିନି ଭଉଣୀ ଅଦିଆଲା ଜେଲରେ ପହଞ୍ଚିଥିଲେ। କିନ୍ତୁ ପାକିସ୍ତାନ ପ୍ରଶାସନ ସେମାନଙ୍କୁ ତାଙ୍କୁ ଭେଟିବାକୁ ଅନୁମତି ଦେଇ ନଥିଲା।
