ଭୁବନେଶ୍ବର: ନେତା ବାଛିଲା ନୂଆପଡ଼ା । ନୂଆପଡ଼ାର ନୂଆ ବିଧାୟକ ହେଲେ ଜୟ ଢୋଲକିଆ । ବାଇ-ଇଲେକ୍ସନରେ ବାଜିମାତ କଲା ବିଜେପି । ବିଜେଡି, କଂଗ୍ରେସକୁ ପଛରେ ପକାଇ ବିଜେପିର ବଡ଼ ବିଜୟ । ସବୁ ରାଉଣ୍ଡରେ ଆଗରେ ରହି ବିଜୟୀ ହେଲେ ଜୟ ଢୋଲକିଆ । ବିଜେଡି ହାତରୁ ଖସିଲା ନୂଆପଡ଼ା । ଜୟ ଢୋଲକିଆଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ।ନୂଆପଡ଼ା ଉପ ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହି ଆସନରୁ ୮୩ ହଜାର ୭୪୮ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜୟ ପରେ ବିଜେପି ପ୍ରାର୍ଥୀଙ୍କ ସେଲିବ୍ରେସନ ଦେଖିବାକୁ ମିଳିଛି । ଜୋୟ ଢୋଲକିଆ ଏକ ବଡ଼ ଭୋଟ ବ୍ୟବଧାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇଦେଇଥିଲେ । ଏକତରଫା ଭାବେ ବିଜେପି ନୂଆପଡ଼ାରେ ବିଜୟ ହାସଲ କରିଛି ।
