ବୈଶିଙ୍ଗା: ମୟୁରଭଞ୍ଜ ଜିଲ୍ଲାର ବହୁ ଚର୍ଚ୍ଚିତ ସୁନୀଲ ଅଗ୍ରୱାଲଙ୍କ ଅପହରଣ ମାମଲାରେ ପୁଲିସ ସମ୍ପୂର୍ଣ୍ଣ ଗୁମର ଖୋଲିବା ସହିତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବବେଳେ ଶୁକ୍ରବାର ବାରିପଦା ଜେଲରେ ମୁଖ୍ୟ ୨ଅଭିଯୁକ୍ତଙ୍କର ଟିଆଇ ପରେଡ୍ ହୋଇଥିବା ସୂଚନା ମିଳିଛିl
ମୟୂରଭଞ୍ଜଜିଲ୍ଲା ବାରିପଦା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବୈଶିଙ୍ଗା ନିକଟସ୍ଥ ୧୮ନଂ ଜାତୀୟ ରାଜପଥ ଉପରୁ ଜମି ଦେଖାଇବା ବାହାନାରେ ଡାକିବା ପରେ ଅପହରଣ କରି ନେଇ ୮୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲାl ଏଭଳି ଲୋମଟାଙ୍କୁରା ଅପହରଣ ମାମଲାରେ ମାଷ୍ଟରମାଇଣ୍ଡଙ୍କ ସମେତ ମୋଟ ୬ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ୩ଟି ଦାମୀ କାର ସହିତ ୨ଟି ବାଇକ, ୪ଟି ତେଲେଙ୍ଗା କଟୁରୀ ଓ ନେଇଥିବା ୪୦ଲକ୍ଷ ଟଙ୍କାରୁ ୯ଲକ୍ଷ ପାଖାପାଖି ଟଙ୍କା ଜବତ କରିଥିଲା ପୁଲିସ lଜମିଜମା କିଣାବିକା କାରବାରକୁ ନେଇ ନିଜର କିଛି ପରିଚିତ ଲୋକ ହିଁ ରଚିଥିଲେ ଏହି ଅପହରଣ ଘଟଣା ବୋଲି ସୂଚନା ମିଳିଥିଲା l ଏହି ଘଟଣାର ତଦନ୍ତ ପୂର୍ବକ ମୁଖ୍ୟ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ସହିତ ରାଜା ଔରଫ ରାଜେଶ ବାରିକକୁ ଘଟଣାସ୍ଥଳକୁ ନେଇ ସିନ ରିକ୍ରିଏସନ ବି କରିଥିଲା ବୈଶିଙ୍ଗା ପୁଲିସl
