ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ ସୋ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାରୁ ଖରିଆର ରୋଡ ପର୍ଯ୍ୟନ୍ତ ହୋଇଛି ରୋଡ ସୋ । ଏଥିରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସାଂସଦ ମାଳବିକା ଦେବୀ ସାମିଲ ହୋଇଛନ୍ତି ।
ବିଭିନ୍ନ ସ୍ଥାନରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି । ସେ ଆଦିବାସୀ ହୋଇଥିବାରୁ ଆଦିବାସୀଙ୍କ କଥା ବୁଝିପାରିବେ। ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ମୋହନ ମାଝୀ। ଜୟ ଢୋଲକିଆଙ୍କୁ ଆଗାମୀ ସାଢେ ୩ବର୍ଷ ନୂଆପଡ଼ା ବାସୀଙ୍କ ସେବା କରିବାକୁ ସେ ଅପିଲ କରିଛନ୍ତି।
ନୂଆପଡ଼ା ସହ ସେ ସବୁବେଳେ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ନିର୍ବାଚନ ସରିଗଲା ପରେ ସମସ୍ତେ ଚାଲିଯିବେ l ହେଲେ ୨ ଜଣ ଆପଣଙ୍କ ପାଖରେ ରହିବେ ଏକ ଜୟ ଢୋଲକିଆ ଓ ଦ୍ଵିତୀୟ ମୋହନ ମାଝି ଆପଣଙ୍କ ସହ ରହିବେ l ନୂଆପଡା ବିକାଶର ଦାୟିତ୍ୱ ଜୟ ଢୋଲକିଆ ଓ ତାଙ୍କ ଉପରେ ରହିଲା ବୋଲି ସେ କହିଛନ୍ତି।
