ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ଆତ୍ମସମର୍ପଣ ପ୍ରକ୍ରିୟା ଜାରି ରହିଛି। ଜଣକ ପରେ ଜଣେ ଏହି ମୁଖ୍ୟସ୍ରୋତରେ ସାମିଲ ପାଇଁ ଜଂଗଲରୁ ସହର ମୁହାଁ ହେଉଛନ୍ତି। ଆଜି ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନିଲର ନେତୃତ୍ବରେ ୭ ଜଣ ନକ୍ସଲ ହତିଆର ସହ ଗରିଆବନ୍ଦ ପୁଲିସ ନିକଟରେ ପହଞ୍ଚୁଛନ୍ତି। ଜଣେ ସାମ୍ବାଦିକଙ୍କ ସହଯୋଗରେ ଏହି ନକ୍ସଲମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଆସୁଛନ୍ତି।ଜଂଗଲରୁ ଚାଲି ଚାଲି ଗରିଆବନ୍ଦ ଜିଲ୍ଲା ପୁଲିସ ନିକଟରେ ପହଞ୍ଚିବେ। ଏମାନଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ରହିଛନ୍ତି। ଉଦନ୍ତି ଏରିଆ କମିଟିର ମୁଖ୍ୟ ସୁନୀଲ ଗତ ଶାନ୍ତିବାର୍ତ୍ତାକୁ ନେଇ ନିଜ ମତ ରଖିଥିଲେ। ସେ ଏହି ଶାନ୍ତିବାର୍ତ୍ତାରେ ରାଜି ଥିବା କହିଥିଲେ। ସଂଗଠନର ସିସି ମେମ୍ବରମାନେ ସଂଗଠନ ଛାଡୁଥିବାରୁ ତାଂକୁ ଆମେ ଅନୁକରଣ କରୁଥିବା କହିଛନ୍ତି। ଏଭଳି ଯଦି ଲଗାତାର ନକ୍ସଲ ଯଦି ସଂଗଠନ ଛାଡିବେ ଆଉ ବେଶି ଦିନ ନୁହେଁ ସଂଗଠନ ସଂପୂର୍ଣ୍ଣ ମୂଳପୋଛ ହେବ।କେନ୍ଦ୍ର ସରକାର ଦେଇଥିବା ଟାର୍ଗେଟକୁ ଅତି ସହଜରେ ପୁଲିସ ହାସଲ କରିବ ବୋଲି ମଧ୍ୟ କହିଛି। ଗଡଚିରୋଲି ଏବଂ ବସ୍ତରରେ ଲଗାତାର ୪୦୦ରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ ପରେ ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହେବାକୁ ଲାଗିଛି। ଏତେ ସଂଖ୍ୟକ ନକ୍ସଲଙ୍କ ଆତ୍ମସମର୍ପଣ ସମସ୍ତଙ୍କୁ ଚକିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଦେଇଛି। ଜଂଗଲରୁ ଆସୁଥିବା ୭ ଜଣ ନକ୍ସଲ ନିଜ ହାତରେ ଇନସାସ ଓ ଏସଏଲଆର ଭଳି ଅତ୍ୟାଧୁନିକ ବନ୍ଧୁକ ନେଇ ଆସୁଥିବା ଜଣାପଡିଛି।
