ଦୀର୍ଘଦୀନ ସ୍ଥାଣୁ ପରେ ସାନଖେମୁଣ୍ଡି ବ୍ଲକ୍ ରେ ପୁଣି କମ୍ୟୁନିଷ୍ଟ ପାର୍ଟି ଗଠନ କରିବା ପାଇଁ ଯୋରଦାର ଉଦ୍ୟମ ଚାଲିଛି, ଚାଷୀ, ଶ୍ରମିକ ଓ ଗରିବ ମାନଙ୍କ ସମସ୍ୟା କୁ ନେଇ ଅଞ୍ଚଳରେ ବ୍ୟାପକ ଆନ୍ଦୋଳନ କରିବା ,ଓ ଦଳକୁ ମଜବୁତ୍ କରିବାପାଇଁ ପୂର୍ବତନ ସାଥୀ ମାନଙ୍କୁ ଦେଖିବା କୁ ମିଳୁଛି,ଗତ ମନ୍ଥା ବାତ୍ୟାର ପ୍ରଭାବରେ ସାନଖେମୁଣ୍ଡି ତହସିଲ ଅଞ୍ଚଳରେ ଚାଷୀମାନଙ୍କ ବ୍ୟାପକ ଫସଲ କ୍ଷତିର କ୍ଷତିପୂରଣ ସହ ଧାନ ଫସଲ ରେ ମାଟିଆ ଗୁଣ୍ଡି ଚକଟା ରୋଗ ପୋକ ସଂକ୍ରମଣ ପ୍ରତିକାର ଚାଷୀ ପ୍ରଭାବିତ ସମସ୍ୟା ସମାଧାନ ଏବଂ ସହାୟତା ନିମନ୍ତେ ,ସାନଖେମୁଣ୍ଡି ଆଞ୍ଚଳିକ ଉନ୍ନୟନ କମିଟି ନାମରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ତହସିଲଦାର ଜରିଆରେ ଆଠ ଦାବୀ ସମ୍ଭଳିତ ସ୍ମରକ୍ ପତ୍ର ପ୍ରଦାନ କରାଯାଇଛି,ଶତାଧିକ ଛାମୁଆ କୃଷକ ନେତା ଓ ଚାଷୀମାନେ ଗତ ବୁଧବାର ଦିନ ସାନଖେମୁଣ୍ଡି ତହସିଲଦାର କୃଷି ଅଧିକରି,ଓ ପାଟପୁର ବନପାଳ କାର୍ଯ୍ୟଳୟ ରେ ବାତ୍ୟା ଲଗାଣ ବର୍ଷା ପରବର୍ତ୍ତୀ ସୃଷ୍ଟି ଚଷି ସଙ୍କଟର ସମ୍ପର୍କରେ ଆଲୋଚନା କରି ତୁରନ୍ତ,ଦାବୀ
ପୁରାଣ ନେଇ ଆଲୋଚନା କରିଛନ୍ତି,ବାତ୍ୟାରେ ନଷ୍ଟ ହୋଇଥିବା ଖରିପ ଧାନ ,ପରିବା ଓ ଅନ୍ୟାନ ଫସଲ କ୍ଷୟକ୍ଷତି ଆକଳନ ସହ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ,ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ଗୋଟିଏ ୟୁନିଟ ଭାବେ ଗ୍ରହଣକରି କ୍ଷୟକ୍ଷତି ର ଆକଳନ କରିବା,କ୍ଷତି ଚାଷୀଙ୍କ ସମସ୍ତ କୃଷି ଋଣ ,ଜଳଖଜଣା, ବିଦୁତ ଦେୟ, ଛାଡକରିବା ବାତ୍ୟା ଓ ଲଗାଣ ବର୍ଷା ପରେ ଧାନ ଫସଲରେ ମାଟିଆ ଗୁଣ୍ଡି ଚକଡା଼ କଣ୍ଡବିନ୍ଧା ଭଳି ରୋଗ ପୋକ ସଂକ୍ରମଣର ପ୍ରତିକର ସହ ଚାଷୀଙ୍କୁ ମାଗଣା କୀଟନାଶକ ଔଷଧ ପ୍ରଦାନ କରିବା ସମସ୍ତ ଚାଷୀଙ୍କୁ ଫସଲ ବିମା ପ୍ରଦାନ କରିବା,ଫସଲ ବନ୍ୟ ପ୍ରଣୀ ହାତୀ,ବରାହ,ହରିଣ ମାଙ୍କଡ ପ୍ରଦୃଭାବରେ କ୍ଷତିଗ୍ରସ୍ତ ଖରିଫ ଧାନ ଓ ପରିବା ଚାଷୀଙ୍କୁ ତୁରଂତ କ୍ଷତିପୂରଣ ପ୍ରଦାନ କରିବା ମନ୍ଥା ବାତ୍ୟା ବର୍ଷା ପ୍ରଭାବରେ ଘରଭଙ୍ଗୀ ଯାଇଥିବା ବିପନଂଙ୍କୁ କ୍ଷତି ପୁରଣ ଅର୍ଥ ସହ ତୁରଂତ ଆବାସ ଗୃହ ସହାୟତା ପ୍ରଦାନ କରିବା, ଚାଷୀଙ୍କୁ ଆଗାମୀ ରବି ଫସଲ ପାଇଁ ମାଗଣା ସର, କୀଟ ନାଶକ ଔଷଧ ଦେବା ସହ କୃଷି ବିଭାଗ ର ଅବହେଳା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାର ଯଦି ଏଥି ପ୍ରତିଧ୍ୟାନ ନ ଦେବେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ ଗଢିତୋଳିବା ପାଇଁ ଆହ୍ବାନ ଦିଆଯାଇଛି।
