ଭୁବନେଶ୍ବର: ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ଏବଂ ପାର୍ବଣ ଋତୁରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ଭାରତୀୟ ରେଳବାଇ ହାଇଦ୍ରାବାଦ-ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନର ସେବାକୁ ପୂର୍ବ ସୂଚିତ ସମୟ, ରହଣି ଏବଂ ସଂରଚନା ସହିତ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଛି। ଟ୍ରେନ୍ ନମ୍ବର ୦୭୧୬୫, ହାଇଦ୍ରାବାଦ-ଭୁବନେଶ୍ୱ।ର ନୂଆ ସାପ୍ତାହିକ ସ୍ୱତନ୍ତ୍ର, ହାଇଦ୍ରାବାଦରୁ ପ୍ରତି ମଙ୍ଗଳବାର ଦିନ ୨୫ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବା ପାଇଁ ସମ୍ପ୍ରସାରଣ କରାଯାଇଛି। ଟ୍ରେନ ନମ୍ବର ୦୭୧୬୬, ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର, ୨୬ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱର ନୂଆରୁ ପ୍ରତି ବୁଧବାର ଦିନ ଚାଲିବା ପାଇଁ ସମ୍ପ୍ରସାରଣ କରାଯାଇଛି।ଟ୍ରେନ୍ ନିମ୍ନଲିଖିତ ଷ୍ଟେସନଗୁଡ଼ିକରେ ରହଣି କରିବ: ସିକନ୍ଦରାବାଦ, ଚାର୍ଲାପାଲ୍ଲୀ, ନାଲଗୋଣ୍ଡା, ମିରିୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର , ବିଜୟୱାଡା, ଗୁଡିଭାଡା, କାଇକାଲୁରୁ, ଆକିଭିଡୁ, ଭୀମଭରମ, ତନୁକୁ, ରାଜମଣ୍ଡ୍ରି, ସାମଲକୋଟ, ଆନ୍ନାଭରମ, ଅନାକାପାଲେ, ଦୁଭଭଡା, କୋଟ୍ଟାଭାଲସା, ବିଜୟନଗରମ୍,ଶ୍ରୀକାକୁଲମ ରୋଡ,ପଲାସା, ଖୋର୍ଦ୍ଧା ରୋଡ ଏବଂ ଭୁବନେଶ୍ୱର।
ଆହୁରି ପଢ଼ନ୍ତୁ: Bureaucrat Suspended: ପେ
