ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲାରେ ଝାରପଡା ଜେଲରେ ମୃତ ଅପର୍ଣ୍ଣାଙ୍କ ସ୍ୱାମୀ ଦୀପକ ରାଉତଙ୍କୁ ପଚରାଉଚରା । ଝାରପଡା ଜେଲରେ ପଚରାଉଚରା କଲା ଖୁଣ୍ଟୁଣୀ ପୁଲିସ। ଆଜି ସକାଳୁ ୩ ଘଣ୍ଟା ଧରି ଦୀପକଙ୍କୁ ଝାଳବୁହା ଜେରା କଲା ଖୁଣ୍ଟୁଣୀ ପୁଲିସ ।ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଝାଳବୁହା ଜେରା। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକଙ୍କୁ ପଚରାଉଚରା କରିଥିଲା ପୁଲିସ । ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୁଲିସ ହାତରେ ଲାଗିଛି।
