ପିପିଲି: ଚେନ ଲୁଟେରାଙ୍କୁ ଧରିଲା ପିପିଲି ଥାନା ପୋଲିସ । ପୁରୀରୁ ଦୁଇ ଜଣ ମହିଳାଙ୍କ ଠାରୁ ସୁନା ଚେନ ଲୁଟ କରି ଭୁବନେଶ୍ୱର ଆଭିମୁଖେ ଯାଇଥବା ବେଳେ ଉତ୍ତରା ଛକ ସିଫା ନିକଟରେ ମାଡ଼ିବସିଲା ପୋଲିସ । ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱ ରେ ଅପରାଧୀଙ୍କୁ ଧରିଲା ପୋଲିସ । ଧରା ପଡ଼ିଥିବା ଦୁଇ ଜଣ ଲୁଟେରା ରାଜ୍ୟ ବାହାରର । ସେମାନଙ୍କ ଠାରୁ ସୁନା ଚେନ ଉଦ୍ଧାର କରାଯାଇଛି ।
